pakka

ଲଖନପୁର ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଭିନ୍ନକ୍ଷମ ଚିହ୍ନଟ ଶିବିର

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଲଖନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆଜି ଗ୍ରାମ ପଞ୍ଚାୟତ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର ଆୟୋଜିତ ହୋଇଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଦୁର୍ଗା ପ୍ରସାଦ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଉକ୍ତ ଶିବିରରେ ଦୁଇ ଶହ ଜଣ ଯୋଗ ଦେଇଥିଲେ । ସେଥିମଧ୍ୟରୁ ୭୫ ଜଣ ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯିବା ସହ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମଧୁବାବୁ ପେନସନ ଯୋଜନା, ବାଣିଶ୍ରୀ ପେନସନ ଯୋଜନା, ସହାୟକ ଉପକରଣ, ବିବାହ ପ୍ରୋତ୍ସାହନ ସହାୟତା ବିଷୟରେ ଭିନ୍ନକ୍ଷମମାନଙ୍କୁ ସଚେତନ କରାଯାଇଥିଲା । ପରେ ଲଖନପୁର ସରପଞ୍ଚ ବୃନ୍ଦାବତୀ ମେହେର, ଅମ୍ବାଭୋନା ବ୍ଲକ ଉପାଧ୍ୟକ୍ଷ ଠାକୁର ରାମ ପଟେଲ, ହୃଷିକେଶ ପଧାନ, ପିଇଓ ରିଙ୍କୁ ଭୁଜ, ମହିମା ସାହୁ, ଟୀକାରାମ ନାଏକ ପ୍ରମୁଖ ଉପସ୍ଥିତ ରହି କାର୍ଡ ବଣ୍ଟନ କରିଥିଲେ ।

Leave A Reply

Your email address will not be published.

2 × 1 =