csstore

ଭାଇର ଠେଙ୍ଗା ମାଡରେ ଭାଇ ଗୁରୁତର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଅର୍ଡ଼ା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଭାଇର ଠେଙ୍ଗା ମାଡରେ ଭାଇ ଗୁରୁତର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନଯୋଗ୍ୟ ଯେ, ଅର୍ଡା ଗ୍ରାମର କୈବଲ୍ୟ ଭୋଇ ବୟସ ୩୮ ନିଜ ଗାଁ ଦାଣ୍ଡରେ ଚାଲି ଚାଲି ଯାଉଥିବା ସମୟରେ ତାଙ୍କ ବଡ ଭାଇ କରୁଣାକର ଭୋଇ ମାତାଲ୍ ଅବସ୍ଥାରେ ପ୍ରଥମେ ତାଙ୍କ ସହ ଯୁକ୍ତି ତର୍କ କରି ହଠାତ୍ ଅତର୍କିତ ଭାବେ ଠେଙ୍ଗାରେ ଆକ୍ରମଣ କରିଥିଲେ । ଫଳରେ କୈବଲ୍ୟଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିବା ସହିତ ଗୋଟିଏ ହାତ ଭାଙ୍ଗି ଯାଇଥିବା ସୂଚନା ରହିଛି । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌କୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ।

jayashree
Leave A Reply

Your email address will not be published.