ମସିଣା ଗାଁରେ ଭାଲୁ ଭୟ

ଲାଠୋର, (କେପିଏନ୍‌ଏସ୍‌) : ଲାଠୋର ରେଞ୍ଜ ଅନ୍ତର୍ଗତ ମସିଣା ଗାଁ ନିକଟରେ ଜଙ୍ଗଲୀ ଭାଲୁ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି । ସୂଚନା ଅନୁସାରେ କିଛିଦିନ ତଳେ ଗାଁ ଲୋକେ ନିକଟ ଜଙ୍ଗଳ ଅଞ୍ଚଳରେ ଏକ ବଡ ଭାଲୁ ବୁଲୁଥିବା ଦେଖିଥିଲେ । ସ୍ଥାନୀୟ ବନ କର୍ମଚାରୀଙ୍କୁ ଏ ସମ୍ବନ୍ଧରେ ସୂଚନା ଦିଆଯାଇଛି । ବିଭାଗୀୟ କର୍ମଚାରୀମାନେ ସୁରକ୍ଷିତ ଭାବେ ଭାଲୁକୁ ଘଉଡାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.

5 × 1 =