ବିଶିଷ୍ଟ କଥାକାର ଆଦିତେଶ୍ବର ମିଶ୍ରଙ୍କୁ ମିଳିବ ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜ-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ଅଗ୍ରଣୀ ଅନୁଷ୍ଠାନ ‘ରଚନା’ ଦ୍ୱାରା ଆସନ୍ତା ୮ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ସାମ୍ବାଦିକ ଭବନରେ “କଥାକାର ମନୋଜ କୁମାର ପଣ୍ଡା ସ୍ମାରକୀ ବକ୍ତୃତା” ଅନୁଷ୍ଠିତ ହେବ । ଏଥିରେ ଅତିଥି ବକ୍ତା ଭାବରେ ସୁନାମଧନ୍ୟ ଲେଖକ ପ୍ରଫେସର ଧନେଶ୍ଵର ସାହୁ ଯୋଗଦେଇ “ସଭ୍ୟତାର ଯାତ୍ରାରେ ମଣିଷ” ବିଷୟରେ ବକ୍ତୃତା ପ୍ରଦାନ କରିବେ । ଏହି ସମାରୋହରେ ବିଶିଷ୍ଟ କଥାକାର ଆଦିତେଶ୍ବର ମିଶ୍ରଙ୍କୁ “ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର” ସ୍ଵରୂପ ମାନପତ୍ର ସହିତ ଦଶ ହଜାର ଟଙ୍କା ଅର୍ପଣ କରାଯିବ । ୧୯୭୦ ମସିହାରେ ବୌଦ୍ଧ ଜିଲ୍ଲା ଶିମିଳିପଦରରେ ଜନ୍ମିତ ଶ୍ରୀ ମିଶ୍ରଙ୍କର ଏଯାଏଁ ପ୍ରକାଶିତ ଦୁଇଟି ଗଳ୍ପ ସଂକଳନ ଓ ପାଞ୍ଚଟି ଉପନ୍ୟାସ ବିପୁଳ ପାଠକୀୟ ଆଦୃତି ଲାଭ କରିଛି । ସମସାମୟିକ ଓଡ଼ିଆ ଗଳ୍ପ ଜଗତରେ ଏକ ଶାଣିତ ଓ ବହୁପ୍ରସ୍ଥୀ ସ୍ଵର ଭାବରେ ତାଙ୍କର ସ୍ଥାନ ସ୍ଵତନ୍ତ୍ର ।

Leave A Reply

Your email address will not be published.

eleven − two =