ବଲାଙ୍ଗିରରେ ଭରତ ବିକାଶ ପରିଷଦର ପ୍ରାରମ୍ଭିକ ବୈଠକ : ଅସ୍ଥାୟୀ କମିଟି ଗଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ବଲାଙ୍ଗିର ଆର୍ଯ୍ୟ ସାମାଜ ମନ୍ଦିରର ସଭାଗୃହରେ ଭରତ ବିକାଶ ସାମାଜର ଏକ ପ୍ରାରମ୍ଭିକ ବୈଠକ ଅଧିବକ୍ତା ମହେନ୍ଦ୍ର କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭରତ ବିକାଶ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଂଗଠନ ସମ୍ପାଦକ ପ୍ରକାଶ ପଟ୍ଟନାଏକ ଯୋଗଦେଇ ସଂଗଠନର ରୂପରେଖ ଉପରେ ସୂଚନା ଦେଇଥିଲେ । ସେବା ମନୋବୃତିରେ ଏହି ସଂଗଠନ କାର୍ଯ୍ୟ କରୁଥିବା ଉପରେ ଏହାର ଆବଶ୍ୟକତା ରହିଥିବା ବେଳେ ବଲାଙ୍ଗିରରେ ଏହାର କାମ ଆରମ୍ଭ ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ସେବା ସହିତ ସଂସ୍କାରର ଆବଶ୍ୟକତା ରହିଥିବା ବେଳେ ଏହି ସଂସ୍ଥା ତା’ ଉପରେ କାମ କରୁଥିବା ଶ୍ରୀ ଅଗ୍ରୱାଲ କହିଥିଲେ । ଆଗାମୀ ୧୯ ତାରିଖ ଦିନ ବିଧିବଦ୍ଧ ଭବରେ ଏହି ପରିଷଦର ଶାଖା ଆରମ୍ଭ ହେବା ଆଗରୁ ସଭ୍ୟ ସଂଗ୍ରହ କରାଯିବ । ଓଡିଶାର ପଶ୍ଚିମରେ ପରିଷଦର ଏପର୍ଯ୍ୟନ୍ତ ୧୦ ଗୋଟି ସ୍ଥାନରେ ଏହାର ଶାଖା କାମ କରୁଛି । ସର୍ବନିମ୍ନ ୪୦ ଗୋଟି ସଭ୍ୟ ସଂସ୍ଥାର ଗଠନ ପାଇଁ ଆବଶ୍ୟକ ବୋଲି ପ୍ରସ୍ତୁତି ବୈଠକରେ ଆଲୋଚିତ ହୋଇଥିଲା । ଜିଲ୍ଲା କାର୍ଯ୍ୟନିର୍ବାହୀ ସୁଶାନ୍ତ କୁମାର ନାୟକ, ସଂଘ ସହ ବିଭାଗ ପ୍ରଚାରକ ସନ୍ତୋଷ ବେହେରାଙ୍କ ସମେତ ବିଭିନ୍ନ ବର୍ଗରେ କାର୍ଯ୍ୟକର୍ତ୍ତା ଯୋଗଦେଇ ଥିଲେ । ପ୍ରାରମ୍ଭରେ ଦୟାନିଧି କରଣ ସୂଚନା ଜଣାଇଥିଲେ ଓ ସ୍ଵାଗତ କରିଥିଲେ । ଶେଷରେ ଏକ ଅସ୍ଥାୟୀ କମିଟି ଗଠନ କରାଗଲା ଓ ସଭାପତି ଭାବେ ମହେନ୍ଦ୍ର କୁମାର ଅଗ୍ରୱାଲ ସମ୍ପାଦକ ଭାବେ ଦୟାନିଧି କରଣ ଓ କୋଷାଧ୍ୟକ୍ଷ ଭାବେ ଦୀନଦୟାଲ ଅଗ୍ରୱାଲଙ୍କ ମନୋନୟନ କରାଗଲା । ଆଗାମୀ ୧୯ ତାରିଖ ଦିନ ପୂର୍ଣ୍ଣ କାର୍ଯ୍ୟକାରିଣୀ ଘୋଷଣା କେନ୍ଦ୍ରୀୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.

ten − nine =