csstore

ଭାଗବତ ସପ୍ତାହର ଆଧ୍ୟାତ୍ମିକ ପରିବେଶରେ ରାଜ୍ୟ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) :
ପଦ୍ମପୁର ସହର ନେହେରୁ ଗଳି ଠାରେ ଗତ ଦୁଇ ଦିନ ହୋଇ ଚାଲିଥିବା ଭାଗବତ ସପ୍ତାହର ତୃତୀୟ ଦିନରେ ଆଜି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଓ ରାଜ୍ୟ ବିଜେପି ଯୁବମୋର୍ଚା ସମ୍ପାଦକ ପ୍ରୀତେଶ କୁମାର ବହିଦାର ଯୋଗ ଦେଇଥିଲେ । ପ୍ରତିଦିନ ଭାଗବତ ସପ୍ତାହର ଅଲୌକିକ ଏବଂ ଆଧ୍ୟାତ୍ମିକ ପରିବେଶରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଯୋଗ ଦେଇ ପାରାୟଣ ଶୁଣିବା ସହ ଭଗବାନଙ୍କ ପ୍ରତି ନିଜର ଅତ୍ମୀୟତା ଏବଂ ଭକ୍ତି ଭାବରେ ଲୀନ ହୋଇ ଯାଉଥିବା ବେଳେ ସୁଦର୍ଶନ ପରଡିଆ ଏବଂ ତାଙ୍କ ଧର୍ମପତ୍ନୀ ସୁବାସିନୀ ପରଡିଆ କର୍ତ୍ତା ଭାବରେ ଦାୟିତ୍ୱ ବହନ କରୁଛନ୍ତି। ଅଞ୍ଚଳର ସମସ୍ତଙ୍କ ଆଧ୍ୟାତ୍ମିକତାର ଏହି ଭାବ ବହୁ ଉଚ୍ଚକୋଟିର ଏବଂ ଆଗାମୀ ପିଢ଼ି ମାନଙ୍କ ପାଇଁ ପ୍ରେରଣା ଦାୟୀ ରହିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

jayashree
Leave A Reply

Your email address will not be published.