om academy

୧୯୮୩ ବରିଷ୍ଠ ବ୍ୟାଚର ଭାବ ବିନିମୟ କାର୍ଯ୍ୟକ୍ରମ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଉଦିତନଗର ହାଇସ୍କୁଲରେ ପାଠ ପଢିଥିବା ୧୯୮୩ ବ୍ୟାଚ (ବରିଷ୍ଠ ବିଭାଗ)ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାବ ବିନିମୟ କାର୍ଯ୍ୟକ୍ରମ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ବଂଧୁ ନିଜ ନିଜର ପୁରୁଣା ସ୍ମୃତିକୁ ରୋମନ୍ଥନ କରିବା ସହ ପରସ୍ପର ମଧ୍ୟରେ ଭାବ ବିନିମୟ କରିଥିଲେ । ପ୍ରଶାନ୍ତ ରଂଜନ ପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଶୋର ପଟେଲ ସ୍ୱଗତ ଭାଷଣ ରଖିବା ସହ ବଂଧୁ ଓ ବଂଧୁପତ୍ନୀଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ବିଶ୍ୱଶାନ୍ତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ବିଷ୍ଣୁଙ୍କ ମନ୍ତ୍ର ପାଠ ପରେ ବଂଧୁ ଓ ବାଂଧବୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଖେଳ, କୌତୁକ ଓ ବୁଦ୍ଧି ପରୀକ୍ଷା ଆଦି ପ୍ରତିଯୋଗିତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ସାହୁ, ବିଜୟ ପ୍ରଧାନ, ରବିନ୍ଦ୍ର ନାଥ, ସମୀର ଭୋଇ, ପ୍ରଦୀପ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ଅଶୋକ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.