om academy

ବିଲେଇସର୍ଡା ଗ୍ରାମରେ ବଜ୍ରାଘାତରେ ଜଣେ ଯୁବତୀଙ୍କ ମୃତ୍ୟୁ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ବିଲେଇସର୍ଡା ଗ୍ରାମରେ ବଜ୍ରାଘାତରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ଯୁବତୀ ଜଣକ ବିଲେଇସର୍ଡା ଗ୍ରାମର ରୀତା ଷାଣ୍ଡ (୨୭) ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ଆଜି ସକାଳଠୁ ବିଲେଇସର୍ଡା ଗ୍ରାମରେ ବର୍ଷା ଲାଗି ରହିଥିବା ବେଳେ ରୀତା ଗ୍ରାମର ଏକ ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ହଠାତ୍‌ ବଜ୍ରାଘାତ ହେବାରୁ ରୀତା ତଳେ ପଡିଯାଇ ଗୁରୁତର ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ରୀତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ଆଣି ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ରହିଛି ।

Leave A Reply

Your email address will not be published.