csstore

ବଙ୍ଗୋମୁଣ୍ଡାରେ ନୂତନ ଏବିଇଓଙ୍କ ଯୋଗଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ଏବିଇଓ ଭକ୍ତଚରଣ ବାଗଙ୍କୁ ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବଙ୍ଗୋମୁଣ୍ଡା ପ୍ରାଥମିକ ଶିକ୍ଷକ ସଂଘର ଉପସଭାପତି କୋଷରାଜ ବେହେରା, ସମ୍ପାଦକ ଜୟନ୍ତୀଲାଲ ସାହୁ, ନରହରି ସାହୁ, ସିଆରସିସି ଜ୍ୟୋତି ପ୍ରକାଶ ବାଗ, ଏବିଇଓ ଜୟନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପୁଷ୍ପମାଲ୍ୟ ଫୁଲତୋଡା ଦେଇ ସ୍ୱାଗତ କରାଯାଇଥିବା ବେଳେ ହେଡକ୍ଲର୍କ ସୁରେଶ ଭୋଇ ଉପସ୍ଥିତ ଥିଲେ । ନୂତନ ଏବିଇଓ ସେ ଡିଆଟନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ସେ ପ୍ରଥମେ ବଙ୍ଗୋମୁଣ୍ଡା ବିଇଓଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପାଇଛନ୍ତି ।

jayashree
Leave A Reply

Your email address will not be published.