csstore

ମୋ ସ୍କୁଲ ଅଭିଯାନରେ ମଧ୍ୟାହ୍ନ ଭୋଜନ ଗୃହ ଉଦ୍‌ଘାଟନ କଲେ ବିଇଓ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମରେ ଥିବା ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠରେ ମୋ ସ୍କୁଲ ଅଭିଯାନ ପକ୍ଷରୁ ମଧ୍ୟାହ୍ନ ଭୋଜନ ଗୃହ ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ପଣ୍ଡିତ ଅକ୍ଷୟ କୁମାର ତ୍ୟାଗୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ବୈକୁଣ୍ଠ ନାଥ ଶବର, ସମ୍ମାନୀୟ ଅତିଥି ଭାବେ ଏବିଇଓ ଜୟନ୍ତ ପଧାନ ପ୍ରମୁଖ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ମୋ ସ୍କୁଲ ଅଭିଯାନ ସଭାପତି ରାମପ୍ରସାଦ ରଣା, ଏସ୍‌ଏମ୍‌ସି ସଭାପତି ମୋହନ କୁମାର ରଣା, ବିଦ୍ୟାପୀଠ ପରିଚାଳନା ସମିତିର ସଭାପତି ସୀତାକାନ୍ତ ଭୋଇ ସହ ସମସ୍ତ ସଦସ୍ୟ ଓ ସଦସ୍ୟା ଯୋଗଦାନ କରିଥିଲେ । ବରିଷ୍ଠ ଶିକ୍ଷକ ଡଃ ନାରାୟଣ ମିଶ୍ର ସଭା ପରିଚାଳନା କରି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ନୂତନ ଭାବେ ଯୋଗଦେଇ ବିଇଓ ଶ୍ରୀ ଶବରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲା । କାର୍ତ୍ତିକ ଭୋଇ, ଗିରିଧାରୀ ତ୍ୟାଗୀ, ରୋହିତ କୁମାର ରଣା, ବୀର ତାଣ୍ଡି, ବୈଚନ୍ଦ୍ର ରଣା, ମୋତିଲାଲ ଭୋଇ ପ୍ରମୁଖ ସହଯୋଗ କରିଥିଲେ । ଛାତ୍ରୀମାନଙ୍କ ଦ୍ୱାରା ଶାନ୍ତି ପାଠ ଓ ପ୍ରାର୍ଥନା କରାଯାଇଥିଲା ।

jayashree
Leave A Reply

Your email address will not be published.