oom

ବାଲି ଚୋରା ଚାଲାଣ କରୁଥିବା ଗାଡିକୁ ଫାଇନ କଲେ ଝାରବନ୍ଧ ତହସିଲଦାର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ପଦ୍ମପୁରର ବିଭିନ୍ନ ଅଞ୍ଚଳର ବାଲି ଘାଟ ମାନଙ୍କ ଠାରୁ ବହୁ ପରିମାଣରେ ବାଲି ଦଲାଲ ମାନେ ବେଆଇନ ଭାବରେ ବାଲି ଚୋରି ଚାଲାଣ କରୁଥିବା ବେଳେ ସରକାରଙ୍କ ପ୍ରଚେଷ୍ଟା ସତ୍ୱେ ମଧ୍ୟ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଛି । ପଦ୍ମପୁର ଉପଖଣ୍ଡ ପାଇକମାଲ ଓ ଝାରବନ୍ଧ ବ୍ଲକ ଅଂଚଳ ଛତିଶଗଡ ସୀମା ବର୍ତୀ ହୋଇଥିବା ବେଳେ ଓଡ଼ିଶାରୁ ବାଲି ଚୋରି କରି ପଡୋଶି ଛତିଶଗଡ ଅଞ୍ଚଳକୁ ଚାଲାଣ କରୁଛନ୍ତି ବାଲି ମାଫିଆ । ହେଲେ ବର୍ତ୍ତମାନ ପ୍ରଶାସନର ଲଗାତାର ଚଢ଼ାଉ ଏବଂ ଗାଡି ଅଟକ ଯୋଗୁଁ ଧୀରେ ଧୀରେ ବାଲି ଚୋରିର ପରିମାଣ କମିବାକୁ ବସୁଛି । ସେହିପରି ଆଜି ଝାରବନ୍ଧ ବ୍ଲକ ଡ଼ଭା ଅଞ୍ଚଳରେ ମଧ୍ୟ କିଛି ଟ୍ରାକ୍ଟର ଯୋଗେ ବେଆଇନ ବାଲି ଚୋରି କରାଯାଉଥିବା ବେଳେ ଝାରବନ୍ଧ ତହସିଲଦାର ସୀମା କୁଲୁ ଘଟଣା ସ୍ଥଳ ପାଖରେ ପହଂଚି ଦୁଇଟି ଟ୍ରାକ୍ଟର କୁ ଅଟକ ରଖିବା ସହ ଉଭୟ ଗାଡି ପ୍ରତି ୧୨୦୦୦ଟଙ୍କା ଲେଖାଏଁ ଫାଇନ କରିଛନ୍ତି । ପ୍ରଶାସନର ଦୃଷ୍ଟି ଏପରି ଚୋରା ଚାଲାଣ ବନ୍ଦ ପାଇଁ ନିତ୍ୟାନ୍ତ ଆବଶ୍ୟକ ବୋଲି ଜନମାନସରେ ସ୍ୱର ଉଠୁଛି ।

jittmm
Leave A Reply

Your email address will not be published.