pr

ଉଡାର ୟୁପି ସ୍କୁଲରେ ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ ଉଦ୍‌ଯାପିତ

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଉଡାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ ଗତ ୩୦ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନ ଶିକ୍ଷକ ବିଶ୍ଵାମିତ୍ର ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ଏବିଇଓ ଦାଶରଥି ଥନାପତି, ମୁଖ୍ୟ ବକ୍ତା ଭାବେ ଏବିଇଓ କବିରାଜ ମାଝୀ ଓ ସମ୍ମାନିତ ଅତିଥି ଭାବେ ଜରାସିଂହା କ୍ଲଷ୍ଟର ସିଆର୍‌ସିସି ନିର୍ମଳା ସାହୁ, ପୂର୍ବତନ ପ୍ରଧାନ ଶିକ୍ଷକ ଅବସ୍ଥା ମହାନନ୍ଦ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୈଳାଶ ପଧାନ, ଗ୍ରାମ୍ୟ ସଭାପତି ସୁବାସ ପଧାନ, କଙ୍ଗାଲୁ ପଧାନ, ଜାଲୁ ପଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଚମାର ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନାଗ ମଞ୍ଚରେ ସଭାପତିତ୍ୱ କରିଥିଲେ । ଛାତ୍ର, ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ବାର୍ଷିକ କ୍ରୀଡା ଓ ଉତ୍ସବ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଇଓ ଅଜିତ ମିଶ୍ର, ମୁଖ୍ୟବକ୍ତା ଭାବେ ଶିକ୍ଷକ କୁଳମଣି ବକୁଳ ଯୋଗ ଦେଇଥିଲେ । କ୍ରୀଡା ଉତ୍ସବରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଶିକ୍ଷୟତ୍ରୀ ଯଶୋବନ୍ତୀ ନାଏକ, ଅଗସ୍ତି ପୁଟା, ସୁଭ୍ରା ଷାଣ୍ଢ, ନିତ୍ୟାନନ୍ଦ ପଧାନ, ସ୍କୁଲ ପରିଚାଳନା କମିଟି ସଭ୍ୟ କ୍ଷମାନିଧି ପଧାନ, ସଞ୍ଜୟ ଭୁକ୍ତା, ସୁବଳ ଭୋଇ, ଲକ୍ଷ୍ମୀ ପଧାନ, ସବିତା ପଧାନ, ଭୂମି ପଧାନ, ଜୟନ୍ତୀ ବଗର୍ତ୍ତି, ସଂଗୀତା ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଚମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.