pr

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟନିର୍ବାହୀ ସଦସ୍ୟଙ୍କ ବୈଠକ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟନିର୍ବାହୀ ସଦସ୍ୟଙ୍କ ଏକ ବୈଠକ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସମ୍ପାଦକ ଅଶୋକ କୁମାର ଚାନ୍ଦ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ ପ୍ରାକ୍ତନ ସଭାପତି ପ୍ରଭାକର ମିିଶ୍ରଙ୍କୁ ମଂଚକୁ ଆମନ୍ତ୍ରଣ କରି ନବ ନିର୍ବାଚିତ ସଦସ୍ୟମାନଙ୍କ ପରିଚୟ ପ୍ରଦାନ ନିମନ୍ତେ ଅନୁରୋଧ କରିଥିଲେ । ପରିଚୟ ପ୍ରଦାନ ପରେ ନାରାୟଣ ପାଢୀଙ୍କ ସଭାପତିତ୍ୱରେ ପ୍ରଫୁଲ୍ଲ କୁମାର ସାହୁ, ଉପ-ସଭାପତି ହରେକୃଷ୍ଣ ମେହେର, ନିଳାଚଳ ଚିରଗୁନ ଅତିରିକ୍ତ ସାଧାରଣ ସଂପାଦକ ନରେନ୍ଦ୍ର କବାଟ କୋଷାଧ୍ୟକ୍ଷ ମଂଚାସିନ ହୋଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସର୍ବ ପ୍ରଥମେ ଏକ କୋର କମିଟି ଗଠନ କରାଯାଇଥିଲା ଏବଂ ଚଳିତ ବର୍ଷ ଦୁଇଥର ସ୍ୱାସ୍ଥ୍ୟ ଶିବିର ଆୟୋଜନର ନିଷ୍ପତ୍ତି ନିଆଯାଇଥିଲା । ତୀର୍ଥଯାତ୍ରା ଦୁଇଥର କରିବା ନିମନ୍ତେ ପ୍ରକାଶ ପାଇଥିଲା । ପ୍ରତିବର୍ଷ ପରି ଏ ବର୍ଷ ଜାନୁୟାରୀ ମାସରେ ବଣଭୋଜି ଆୟୋଜନ ନିଷ୍ପତ୍ତି ନିଆଯାଇଥିଲା । ଏଣୁ ଏଣିକି ପ୍ରତି ଦୁଇମାସରେ ଥରେ କାର୍ଯ୍ୟନିର୍ବାହୀ ସଦସ୍ୟମାନଙ୍କ ବୈଠକ କରିବା ନିମନ୍ତେ କରତାଳି ସହ ସମ୍ମତି ପ୍ରକାଶ ପାଇଥିଲା । ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମଂଚର ପ୍ରତିଷ୍ଠା ଦିବସ ୧୮.୧୨.୨୦୨୩ରେ ଯୋଗଦେବାକୁ ନାରାୟଣ ପାଢୀ ଏବଂ ପ୍ରଫୁଲ୍ଲ କୁମାର ସାହୁଙ୍କୁ ଅନୁରୋଧ କରାଯାଇଥିଲା । ପରିଚୟ ପତ୍ର ନ ଥିବା ସଦସ୍ୟମାନଙ୍କ ପରିଚୟ ପତ୍ର ବନାଇବା ପାଇଁ ପୋଲିସ ପ୍ରଶାସନ ସହ ଆଲୋଚନା କରାଯାଇ ବିହିତ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ବଣଭୋଜି, ସ୍ୱାସ୍ଥ୍ୟ ଶିବିର, ତୀର୍ଥଯାତ୍ରା ଏବଂ ପରିଚୟପତ୍ର ତିଆରି ପାଇଁ ବିଭିନ୍ନ କମିଟି ଗଠନ କରି ଅଶୋକ ମିଶ୍ର, ଡା. ପ୍ରମୋଦ ମିଶ୍ର, ଗୋପାଳକୃଷ୍ଣ ମିଶ୍ର, ବିନୟ ମିଶ୍ର, ଚୁଡେନ୍ଦ୍ର ବେହେରା, ସୁରେନ୍ଦ୍ର ନେଗି, ନିଳାଚଳ ଚିରଗୁନଙ୍କୁ ଦାୟିତ୍ୱ ଦିଆଗଲା । ଅନ୍ୟମାନଙ୍କ ମଧ୍ୟରେ ଧନଞ୍ଜୟ ମିଶ୍ର, ବିରଂଚି ହୋତା, ନବୀନ ନନ୍ଦ, ମଥାମଣି ପଣ୍ଡା, ସୁଧାଂଶୁ ଦର୍ଜି, ଗଜେନ୍ଦ୍ର ତ୍ରିଭୁବନ ଦାସ ଭମର, ସନାତନ ଠାକୁର, କପିଳେଶ୍ୱର ଖମାରୀ, ବୃଷକେତୁ ସାହୁ, ଦୁର୍ଗା ପ୍ରସାଦ ହୋତା, ଗୋର ଚନ୍ଦ୍ର ପୁରୋହିତ, ପ୍ରମୋଦ ରଞ୍ଜନ ପାଣ୍ଡିଆ, ବାସୁଦେବ ମେହେର, ପ୍ରଦୀପ ଶତପଥୀ, ପ୍ରଦ୍ୟୁମ୍ନ ଗଡତ୍ୟା, ଛାୟାକାନ୍ତ ସାହୁ, ପୂର୍ଣ୍ଣଚନ୍ଦ୍ର ମେହେର, ପ୍ରମୋଦ ଗୁରୁଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା । ଶେଷରେ ନିଳାଚଳ ଚିରଗୁନ ଧନ୍ୟବାଦ ଦେବା ସହ ସଭାସାଙ୍ଗ ହୋଇଥିଲା ।

nrusinghnath
Leave A Reply

Your email address will not be published.