centurian jitm

ପାଟଣାଗଡ଼ ବ୍ରହ୍ମପୁରା ସଅଁରାପଡ଼ା ଗଣହତ୍ୟା ମାମଲା : ବାପା ପୁଅ ଦୁହେଁ ଗିରଫ

ପାଟଣାଗଡ଼, (ଅଶୋକ କୁମାର ବାଗ) : ୨୦୨୦ ମସିହା ନଭେମ୍ବର ୧୧ ତାରିଖ ଦିନ ପାଟଣାଗଡ଼ ଥାନା ବ୍ରହ୍ମପୁରା ନିକଟସ୍ଥ ସଅଁରାପଡ଼ା ସଂଲଗ୍ନ କୁସୁମକାନୀ ଗଣହତ୍ୟାର ୬ ଅଭିଯୁକ୍ତକୁ ପୁଲିସ ଗିରଫ କରି ସେତେବେଳେ ଜେଲ ପଠାଇଥିଲା । ତେବେ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଗଙ୍ଗୱା ମାଝୀ ଓ ତା’ ପୁଅ ଦେବରାଜ ମାଝୀ ସେହିଦିନ ଠାରୁ ଫେରାର ଥିବାବେଳେ ତାଙ୍କ ନାମରେ ଜାମିନ ବିହୀନ ଗିରଫ ପରାୱାନା ଜାରି ହୋଇଥିଲା । ଏପରିକି ଗଙ୍ଗୱା ମାଝୀ ହତ୍ୟାକାଣ୍ଡ ଭିଆଇ ନୂଆପଡା ଜିଲ୍ଲା ନୀଳଜୀ ଗାଁରେ ରହୁଥିବା ଘରେ ଏକ ଖାତାରେ ଚିଠି ଲେଖି ପୁଲିସ ମୋତେ ଗିରଫ କରିପାରିବ ନାହିଁ ବୋଲି ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲା । ତେବେ ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଡ଼ିପିଓ ସଦାନନ୍ଦ ପୁଝାରୀଙ୍କ ତତ୍ୱାବଧାନରେ ଥାନାଧିକାରୀ ହରିବନ୍ଧୁ ଗଡ଼ତ୍ୟାଙ୍କ ନେତୃତ୍ୱରେ ପାଟଣାଗଡ଼ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଗଙ୍ଗୱା ମାଝୀ ଓ ତା ପୁଅ ଦେବରାଜ ମାଝୀଙ୍କୁ ଗିରଫ କରିଥିବାବେଳେ କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ବାପପୁଅଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନାଧିକାରୀ ହରିବନ୍ଧୁ ଗଡ଼ତ୍ୟା ସୂଚନା ଦେଇଛନ୍ତି । ସୂଚନାନୁସାରେ ୨୦୨୦ ମସିହା ନଭେମ୍ବର ୧୧ ତାରିଖ ଦିନ ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ଗୋଟିଏ ପରିବାରର ୬ ଜଣକୁ ଗଇଁତିରେ ଅତି ନିର୍ମମ ଭାବରେ ଚୋଟ ପରେ ଚୋଟ ମାରି ହତ୍ୟା କରାଯାଇଥିଲା । ସେତେବେଳେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ବାବୁଲାଲ ଜାନୀ, ଛାୟା ଗୋଣ୍ଡ, ବଳଦେବ ଗୋଣ୍ଡ, ମନୀଷ ଗୋଣ୍ଡ, ଭୋଳା ଜାନୀ, ଶିବା ଜାନୀ ଓ ବିକଳ କଲରୀକୁ ପୁଲିସ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ବାପ ପୁଅ ଫେରାର ଥିଲେ ।

Leave A Reply

Your email address will not be published.