
ରାଉରକେଲା, (ସସ୍ମିତା ପ୍ରଧାନ) : ଦି ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ବାହୁଡା ଯାତ୍ରା ଉପଲକ୍ଷେ ସେକ୍ଟର ୫ସ୍ଥିତ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପ୍ରସାଦ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଟିକୁ ଫାଉଣ୍ଡସନର ପ୍ରତିଷ୍ଠାତା ବିଜୟ ସୁନ୍ଦରାୟଙ୍କ ପରିଚାଳନାରେ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଅଧ୍ୟକ୍ଷା ଦୀପ୍ତି ସୁନ୍ଦରାୟ, ସମ୍ପାଦିକା ଲିନା ତ୍ରିପାଠୀ, ସହ ସମ୍ପାଦିକା ଶୁଭଲକ୍ଷ୍ମୀ ପାତ୍ର, ଉପାଧ୍ୟକ୍ଷ କାର୍ତ୍ତିକ ରାଉତ, ସୁଶ୍ରୀ ଗ୍ରେସି ଡେଭିଡ, ପ୍ରିୟଙ୍କା ପାଣି, ଲିପ୍ସା ମହାରଣା, ବେବୀବାଳା ମହାନ୍ତି, କନକଲତା, ଶାନ୍ତିଲତା ବେହେରା, ସଂଗ୍ରାମ ପତି, ଜ୍ୟୋର୍ତିମୟ ଆଚାର୍ଯ୍ୟ, ମହେଶ ପାଣିଗ୍ରାହୀ, କବିତା ଦଳାଇ, ଅମ୍ରିତ୍ କୌର, ଶର୍ମିଲା ଦୀପ, ଅନ୍ୟ ମାନଙ୍କ ମଧ୍ୟରେ ଋପ୍ତି ପାତ୍ର, ତପସ୍ୱିନୀ ପାତ୍ର, ରଶ୍ମିତା ଚୌଧୁରୀ, ଲୀନା ବିଶ୍ୱାଳ, ବିଶ୍ୱଜିତ ରାଉତ, ରଶ୍ମିରେଖା ମିଶ୍ର ଓ ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଭକ୍ତ ଓ ସାମାଜିକ କର୍ମକର୍ତ୍ତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ଶ୍ରୀମତୀ ସୁନ୍ଦରାୟ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।