pr

ସୁବର୍ଣ୍ଣପୁର ସାମ୍ବାଦିକ ସଂଘ ପକ୍ଷରୁ ପାରିବାରିକ ବନ୍ଧୁମିଳନ

dr. purohit

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଛନଛାନଡୁଙ୍ଗୁରି ସ୍ଥିତ ଯୋଗେଶ୍ୱର ମନ୍ଦିର ଠାରେ ଗତକାଲି ସୋନପୁର ଜିଲ୍ଲା ସାମ୍ବାଦିକ ସଂଘ ପାରିବାରିକ ବୈଠକ ସଂଘର ସଭାପତି ଗୋରେଖନାଥ ସାହୁଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଶ୍ରୀ ସାହୁ ସମସ୍ତଙ୍କୁ ପାରିବାରିକ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ରକ୍ଷା କରି ସଂଘର ସମୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ସାହୁ, ବେଣୁଧର ପ୍ରଧାନ, ଶେଷଦେବ ବାରିକ, ବିପ୍ର ଚରଣ ସାହୁ ପ୍ରମୁଖ ସାମ୍ବାଦିକମାନେ ନିଜସ୍ୱ ଶୈଳୀରେ ଅନୁସନ୍ଧାନମୂଳକ ସମ୍ବାଦଗୁଡକ ଲୋକଲୋଚନକୁ ଆଣି କାହାରି ଗୋଡାଣିଆ ନ ହେବାକୁ କହିଥିଲେ । ଏକଦା ସଂଘ ନିଜସ୍ୱା କାର୍ଯ୍ୟକ୍ରମ ଗୁଡିକ ପରିବେଷଣ କରି ସର୍ବତ୍ର ଲୋକଲୋଚନକୁ ଆସିଥିଲା । ମାତ୍ର ସଂପ୍ରତି ଏକତାବଦ୍ଧ ହରାଇଥିବାରୁ ସାଂସ୍କୃତିକ ଚେତନା ପ୍ରସାରଣରେ ଉଦାସୀନତା ଦେଖାଯାଇଛି । ସମସ୍ତେ ପରସ୍ପର ମଧ୍ୟରେ ସହଯୋଗ ଓ ସହଭାଗିତା ରଖି ମା’ ମାଟିର ସମୃଦ୍ଧି ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ପ୍ରକାଶ କରିଥିଲେ । ଏହି ବୈଠକରେ ଆସନ୍ତା ଫେବୃୟାରୀ ମାସରେ ସଂଘର ରଜତ ଜୟନ୍ତୀ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଛଅଗୋଟି ବ୍ଲକରୁ ସାମ୍ବାଦିକମାନେ ସପରିବାର ଯୋଗ ଦେଇଥିଲେ । ଛନଛାନଡୁଙ୍ଗୁରିର ପାହାଡ ଉପରେ ଥିବା ଯୋଗେଶ୍ୱର ମନ୍ଦିରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ହୋଇଥିଲା । ପାଖାପାଖି ୪୦ ଜଣ ସାମ୍ବାଦିକ ତାଙ୍କ ପରିବାର ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ସମ୍ବାଦିକମାନଙ୍କ ପୁଅ ଝିଅମାନଙ୍କ ମଧ୍ୟରେ ନାଚ ଗୀତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ତିନିଗୋଟି ବର୍ଗରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବା ବେଳେ ନାଚରେ ସୁରନ୍ୟା ଦାସ, ଅଭିପ୍ସା ଶତପଥୀ, ଶ୍ରେୟା ଶ୍ରୀୟାସିଂ ସାହୁ ଓ ଅମନ ଅମ୍ଲାନ ସାହୁ ଶ୍ରେଷ୍ଠ ହୋଇଥିଲେ । ସେହିପରି ଗୀତରେ ଜ୍ୟୋର୍ତିମୟୀ ପୁଝାରୀ ଶ୍ରେଷ୍ଠ ବିବେଚିତ ହୋଇଥିଲେ । ପରେ ପରେ ସଂଘର ସଭାପତି ଓ ସଂପାଦକ ଏହି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରୁ ସାମ୍ବାଦିକମାନେ ନିଜ ନିଜ ପରିବାର ସହିତ ଯୋଗ ଦେଇଥିବା ବେଳେ ନିଜ ନିଜ ଭିତରେ ଭାବ ବିନିମୟ କରିଥିଲେ । ପରେ ପରେ ସଂଘର ସଂପାଦକ ବ୍ୟମୋକେଶ ଦାସ ରଜତ ଜୟନ୍ତୀ ପାଳନ ଓ ବନ୍ଧୁମିଳନ ଉପରେ ଆଲୋଚନା କରିଥିଲେ । ଆଗାମୀ ଜାନୁଆରୀ ମାସରେ ପୁଣି ଥରେ ସାମ୍ବାଦିକମାନେ ମହାନଦୀରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଯୋଗେଶ୍ୱର ମନ୍ଦିରରେ ଏକ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିବା ବେଳେ କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ଏହି ପାରିବାରିକ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଘନଶ୍ୟାମ ମେହେର, ସାଗର ଜେନା, କମଳ ରଞ୍ଜନ ପରିଚ୍ଛା, ଧ୍ରୁବ ଚରଣ ମିଶ୍ର, ଧୀରେନ୍ଦ୍ର ଦାନୀ, ନିରଞ୍ଜନ ମିଶ୍ର, ଅରବିନ୍ଦ ପୁଝାରୀ, ଧରଣୀଧର ମିଶ୍ର, ସନ୍ତୋଷ କୁମାର ମିଶ୍ର, ମୃତ୍ୟୁଞ୍ଜୟ ଶତପଥୀ, ମନୋରଞ୍ଜନ ପାଣିଗ୍ରାହୀ, ଅରବିନ୍ଦ ମିଶ୍ର, ବାସୁଦେବ ପଣ୍ଡା, ନନ୍ଦକିଶୋର ମିଶ୍ର, ଉଗ୍ରସେନ କର୍ମୀ, ମହାଦେବ ମଲ୍ଲିକ, ରାଜ କୁମାର ମହାକୁର, ମାନଭଞ୍ଜନ ପୁଝାରୀ, ଧର୍ନୁଜୟ ଆଡଜୁଆଡି, ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମୀନା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.