ପଶୁ ଠୁ ବି ହୀନ ହେଲା ମଣିଷ : ନିଜ କୁନି ଝିଅକୁ ହତ୍ୟା କଲା ବାପା : ଗାଁ ଠାକୁରାଣୀ ପାଖେ ଦେଇଛି ବଳି

କୋରାପୁଟ : ପଶୁ ଠୁ ବି ହୀନ ହେଲା ମଣିଷ । ନିଜ କୁନି ଝିଅକୁ ଗାଁ ଠାକୁରାଣୀ ପାଖେ ଦେଇଛି ବଳି । ଅସୁର ସାଜିଲା ବାପା । ବାପ ଝିଅର ଅମୃତ ସଂପର୍କକୁ ଧୂଳିସାତ୍‌ କରିଦେଲା ଜଣେ ବାପା । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହନୁମାନ ଟଙ୍କା ଲୋଭରେ କୁନି ଝିଅକୁ ହତ୍ୟା କଲା । ଜଣେ ଝିଅ ପାଇଁ ନିଜ ବାପାର ହାତ ଜଗତର ସବୁଠାରୁ ଅଧିକ ସୁରକ୍ଷା ପ୍ରଦାନ କରୁଥିବା ବେଳେ ଏହି ଘଟଣାରେ ସେହି ହାତ ସାଜିଛି ପିଶାଚ ଘାତକ । ଏହି ଜଘନ୍ୟ ଅମାନବୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ । ସୂଚନା ଅନୁସାରେ କୋରାପୁଟ ପଟାଙ୍ଗି ବ୍ଲକ ଟାଉପଦର ଗାଁର ବାଙ୍ଗୁରୁ ପାଙ୍ଗି ହନୁମାନ ଟଙ୍କା ଲୋଭରେ ନିଜ ଝିଅକୁ ବଳି ଦେଇଥିବା ଅଭିଯୋଗ ହୋଇଛି । ପୂଜାରୀ କଥାରେ ପଡି ନିଜ ୬ ବର୍ଷର କୁନି ଝିଅକୁ ମାରି ପୋତି ଦେଇଛି ବାପା । ପୂଜାରୀ କହିଛି ହନୁମାନ ଟଙ୍କା ହାସଲ କରିବାକୁ ହେଲେ ନିଜ ରକ୍ତର କାହାକୁ ବଳି ଦେବାକୁ ପଡିବ । ପୂଜାରୀ କଥା ମାନି ପ୍ରଥମ ଶ୍ରେଣୀରେ ପଢୁଥିବା ନିଜ ଝିଅକୁ ୨୧ ତାରିଖ ରାତି ଅଧରେ ଗାଁ ଠାକୁରାଣୀ ପାଖରେ ବଳି ଦେଇ ପୋତି ଦେଇଥିଲା ଅମଣିଷ ବାପା ବୋଲି ସୂଚନାରେ କୁହାଯାଇଛି । ଏହି ଘଟଣା ଏବେ ସାରା ଅଂଚଳରେ ଚହଳ ସୃଷ୍ଟି କରିଛି ।

Leave A Reply

Your email address will not be published.