କର୍ଣ୍ଣାଟକ ବାଗଲକୋଟରେ ସିବିଜି ପ୍ଲାଂଟର ଶିଳାନ୍ୟାସ : ଯୁବ ଉଦ୍ୟମୀ ମାନଙ୍କୁ ଜୈବଗ୍ୟାସ କ୍ଷେତ୍ରରେ ନୂଆ ଜ୍ଞାନକୌଶଳ ଆଣିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

 ପ୍ରାଜ୍‌ ଇଣ୍ଡଷ୍ଟ୍ରି ଏବଂ ଡ଼ିଭିଓ ଆଇଏନସି ଏହି ପ୍ଲାଂଟ ପାଇଁ ଆବଶ୍ୟକୀୟ ଟେକ୍ନୋଲଜି ଯୋଗାଇବ
 ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ଲାଂଟ ପାଇଁ ଖର୍ଚ୍ଚ ହେବ ୪୨ କୋଟି
 ଦୈନିକ ୨୦୦ ଟନ୍‌ ଆଖୁ ଛେଦାରୁ ୧୦.୨ ଟନ ସିବିଜି ଉତ୍ପାଦନ ହେବ
 ସିବିଜି ପ୍ଲାଂଟ ସ୍ଥାପନା ପାଇଁ ୬୦୦ ଏଲଓଆଇ ଜାରୀ

ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କର୍ଣ୍ଣାଟକର ବାଗଲକୋଟ ଜିଲ୍ଲା ଜାମଖଣ୍ଡି ଠାରେ ଲିଫନିଟି ବାୟୋଏନର୍ଜି’ର ଆଖୁଛେଦାରୁ ଉତ୍ପାଦନ ହେବାକୁ ଥିବା ସିବିଜି (କମ୍ପ୍ରେସଡ୍‌ ବାୟୋ ଗ୍ୟାସ)ପ୍ଲାଂଟର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଯୁବ ଉଦ୍ୟମୀ ମାନଙ୍କୁ ଜୈବଗ୍ୟାସ କ୍ଷେତ୍ରରେ ନୂଆ ଜ୍ଞାନକୌଶଳ ଆଣିବା ପାଇଁ ଆହ୍ୱାନ କରଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଭାରତ ସରକାର ସ୍ୱଚ୍ଛ ଏବଂ ନିରନ୍ତର ଉର୍ଜା ଯୋଗାଇବା ପାଇଁ ସର୍ବଦା କାର୍ୟ୍ୟରତ । ପ୍ରତିଷ୍ଠା ହେବାକୁ ଥିବା ଏହି ସିବିଜି ପ୍ଲାଂଟ ପାଇଁ ପ୍ରାୟ ୪୨ କୋଟି ଖର୍ଚ୍ଚ ହେବ । ଏହି ପ୍ଲାଂଟରୁ ଦୈନିକ ୨୦୦ ଟନ୍‌ ଆଖୁ ଛେଦା ବ୍ୟବହାର କରାଯାଇ ଦୈନିକ ୧୦.୨ ଟନ ସିବିଜି ଉତ୍ପାଦନ କରାଯିବ । ପ୍ରାଜ୍‌ ଇଣ୍ଡଷ୍ଟ୍ରି ଏବଂ ଡ଼ିଭିଓ ଆଇଏନସି ଏହି ପ୍ରସ୍ତାବିତ ପ୍ଲାଂଟ ପାଇଁ ଆବଶ୍ୟକୀୟ ଟେକ୍ନୋଲଜି ଯୋଗାଇ ଦେବେ । ଶ୍ରୀ ପ୍ରଧାନ କହିଛନ୍ତି ସିବିଜିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ସତତ୍‌ କାର୍ୟ୍ୟକ୍ରମ ଅଧୀନରେ ଏହି ପଦକ୍ଷେପ ନିଆଯାଇଛି । ଏହି କାର୍ୟ୍ୟକ୍ରମରେ କୃଷି ବର୍ଜ୍ୟ ଏବଂ ସହରର ଆବର୍ଜନାରୁ ଗ୍ୟାସ ଉତ୍ପାଦନ କରାଯାଉଛି । ଏହି ପଦକ୍ଷେପ ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନରେ ମଧ୍ୟ ସହାୟକ ହେବ । ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଦାୟିତ୍ୱବାନ ବିଶ୍ୱ ନେତୃତ୍ୱ ଭାବରେ ସ୍ଥାୟୀ ତଥା ଜଳବାୟୁ ପରିବର୍ତନ ହ୍ରାସ ପାଇଁ ଭାରତର ପ୍ରତିବଦ୍ଧତା ଦିଗରେ କାମ କରୁଛନ୍ତି । ଆମେ ପ୍ରତ୍ୟେକ କାର୍ୟ୍ୟରେ କିପରି ସ୍ୱଚ୍ଛ ମାର୍ଗ ହାସଲ କରିପାରିବା, ସେଥିପାଇଁ ଆମେ ସମସ୍ତେ ଚେଷ୍ଟା କରିବା ଦରକାର ।

ଏହି ଅବସରରେ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ଯେ ଦିଲ୍ଲୀର ରାଣିଖେରା ଠାରେ ଆବର୍ଜନାରୁ ଉର୍ଜା ପ୍ଲାଂଟ ପାଇଁ ଉତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନନ ସହ ଆଇଓସିଏଲ ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । ଏହି ପ୍ଲାଂଟ ୨୫୦୦ ମେଟ୍ରିକ ଟନ୍‌ ଆବର୍ଜନାରୁ ସିବିଜି ଉତ୍ପାଦନ କରିବ । ସେହିପରି ସିବିଜି ପ୍ଲାଂଟ ସ୍ଥାପନା ପାଇଁ ୬୦୦ ଏଲଓଆଇ ଜାରୀ ହୋଇଛି । ଆବର୍ଜନାରୁ ଅର୍ଥ କମାଇବା, ଆବର୍ଜନା ପରିଚାଳନା ପାଇଁ ନିଆଯାଇଥିବା ପଦକ୍ଷେପ କାରଣରୁ ସମାଜକୁ ନିଶ୍ଚିତ ଉପକୃତ ହେବ । ନିକଟରେ ସତତ୍‌ କାର୍ୟ୍ୟକ୍ରମ ଅଧୀନରେ ଦେଶରେ ୯୦୦ ସିବିଜି ପ୍ଲାଂଟ ପ୍ରତିଷ୍ଠା କରିବା ପାଇଁ ଦେଶର ଅଗ୍ରଣୀ ଉର୍ଜା କମ୍ପାନୀ ଓ ସିବିଜି କ୍ଷେତ୍ରରେ ଟେକ୍ନୋଲୋଜି ଯୋଗାଇ ଦେବା ପାଇଁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଏମଓୟୁ ସ୍ୱାକ୍ଷରିତ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.