csstore

ସଂପନ୍ନ ହେଲା ରାଜ୍ୟ ଖେଳୋ ଇଣ୍ଡିଆ ମହିଳା ଉଷୁ ଲିଗ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଝାରସୁଗୁଡା ବେଲପାହାଡ ସ୍ଥିତ ଜୁବୁଲି ହଲ୍‌ ଠାରେ ଗତ ୨୮ ଓ ୨୯ ଦୁଇ ଦିନ ଧରି ଚାଲିଥିବା ମହିଳା ଉଷୁ ଲିଗ୍‌ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୮୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଦଳଗତ ଭାବରେ ଖୋର୍ଦ୍ଧା ପ୍ରଥମ, କେନ୍ଦୁଝର ଦ୍ୱିତୀୟ ଓ ସୁନ୍ଦରଗଡ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏଥିରେ ବଲାଙ୍ଗିର ଜିଲ୍ଲାରୁ ୧୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ଏବଂ ଚମତ୍କାର ପ୍ରଦର୍ଶନ କରି ୮ ଜଣ ମେଡାଲ ହାତେଇ ଥିଲେ । ମେଡାଲ ପାଇଥିବା ପ୍ରତିଯୋଗୀମାନେ ହେଲେ ସୁହାନି ଗୁରହାଣ୍ଡି ସ୍ୱର୍ଣ୍ଣ, ସୁହାନି ମେର୍ଲି ରୌପ୍ୟ ପଦକ, ବୈଷ୍ମବୀ ମେହେର ରୌପ୍ୟ ପଦକ, ଅନାମିକା ଗୁରହାଣ୍ଡି କାଂସ୍ୟ ପଦକ, ସ୍ମୃତିରେଖା ଭୁଏ କାଂସ୍ୟ ପଦକ, ସୁନାନା ବେହେରା କାଂସ୍ୟ ପଦକ, ଦିଆ ସାଗର କାଂସ୍ୟ ପଦକ, ପ୍ରତିମା ମେହେର କାଂସ୍ୟ ପଦକ ପାଇଛନ୍ତି ବୋଲି ବଲାଙ୍ଗିର ଜିଲ୍ଲା ଉଷୁ କୋଚ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.