pakka

ବଲାଙ୍ଗିର ପୌରାଂଚଳରୁ ୧୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ୧୮ ନମ୍ବର ୱାର୍ଡରୁ ସର୍ବାଧିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳରୁ ୧୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮ ନମ୍ବର ୱାର୍ଡରୁ ସର୍ବାଧିକ ୧୭ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦ ହଜାର ୮୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଆଜି ପୂର୍ବାହ୍ନରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗରୁ ସୂଚନା ଦିଆଯାଇଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ୨୫୯ ଜଣ ଚିହ୍ନଟ ହୋଇଥିବା କୁହାଯାଇଥିଲା । ତେବେ ଆଜି ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୮ ଓ ୧୬ରୁ ଜଣେ ଲେଖାଏଁ, ୱାର୍ଡ ନଂ.୧, ୩, ୧୩ ଓ ୨୧ରୁ ୨ ଜଣ ଲେଖାଏଁ, ୱାର୍ଡ ନଂ.୯, ୧୦ ଓ ୧୨ରୁ ୩ ଜଣ ଲେଖାଏଁ, ୱାର୍ଡ ନଂ.୧୧, ୧୪ ଓ ୧୭ରୁ ୪ ଜଣ ଲେଖାଏଁ, ୱାର୍ଡ ନଂ.୬ରୁ ୫ ଜଣ, ୱାର୍ଡ ନଂ.୧୫ରୁ ୬ ଜଣ, ୱାର୍ଡ ନଂ.୪ରୁ ୮ ଜଣ, ୱାର୍ଡ ନଂ.୭ରୁ ୯ ଜଣ, ୱାର୍ଡ ନଂ.୫ରୁ ୧୦ ଜଣ, ୱାର୍ଡ ନଂ.୧୯ରୁ ୧୩ ଜଣ, ୱାର୍ଡ ନଂ.୨ରୁ ୧୪ ଜଣ, ୱାର୍ଡ ନଂ.୨୦ରୁ ୧୫ ଜଣ ଏବଂ ୱାର୍ଡ ନଂ.୧୮ରୁ ୧୭ ଜଣ ଚିହ୍ନଟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।

Leave A Reply

Your email address will not be published.

11 + ten =