ବଲାଙ୍ଗିର : ବଲାଙ୍ଗିରରେ ସଂଗୀତ ଜଗତର ବେତାଜ ବାଦଶାହ ହ୍ୟୁମାନଙ୍କୁ ଶ୍ରଦ୍ଧାଞ୍ଜଳି । ବଲାଙ୍ଗିରର ସମସ୍ତ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସ୍ଥାନୀୟ କଚେରୀ ଛକ ଠାରେ ହ୍ୟୁମାନ ସାଗରଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଆଜି ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଳା ପରିଷଦ ଅଧକ୍ଷା ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ବରିଷ୍ଠ ଭାଜପା ନେତା ଗୋପାଳଜୀ ପାଣିଗ୍ରାହୀ, ଓକିଲ ସଙ୍ଘର ସଭାପତି ବାସୁ ରଥ, ସୈନିକ ସଙ୍ଘର ପ୍ରତାପ ରଥ, କିଶୋର ରଥ, ସଂଗୀତା ଦାସ, ରୋଶନ ଭାରଦ୍ୱାଜ,ପୂଜା ସାହୁ, ବବିତା ପୁଟେଲ,ବ୍ୟସଦେବ ପୁରୋହିତ, ଗୋଲାପ ବାଗ, ସତ୍ୟ ହୋତା, ସଂଜୀବ ସାହୁ, ଥବିର କର୍ମୀ, ସୁମନ ନନ୍ଦ, ଉତ୍ତମ ନନ୍ଦ,ରାମ ଶତପଥି,ବୁଲୁ ମହାକୁର, ଲିଙ୍କନ ସେଠ, ଋତୁତାଜ ପଧାନ,ରବୀନ୍ଦ୍ର ପଧାନ, ସରୋଜ ଜାଲ,କନ୍ଦର୍ପ ରଣା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଏହି ଶ୍ରଦ୍ଧାଞ୍ଜଳି ସଭା ଗୋବିନ୍ଦ ଶତପଥୀ, ସୋମନାଥ ମିଶ୍ର ଏବଂ ବିକାଶ ସାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି ।