ବଲାଙ୍ଗିର ଜିଲ୍ଲାରୁ ଆଜି ୭୭ ଆକ୍ରାନ୍ତ, ୧୧୩ ସୁସ୍ଥ ଓ ୨ ମୃତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୭୭ ଜଣ ସଂକ୍ରମିତ, ୧୧୩ ଜଣ ସୁସ୍ଥ ଓ ୨ଜଣ ମୃତ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ଜଣେ, ବଲାଙ୍ଗିର ଗ୍ରାମାଞ୍ଚଳରୁ ୩ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୫ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୬ଜଣ, ବେଲପଡା ବ୍ଲକରୁ ୪ଜଣ, ଦେଓଗାଁ ବ୍ଲକରୁ ୩ଜଣ, ଖପ୍ରାଖୋଲ ବ୍ଲକରୁ ୧୭ଜଣ, ଲୋଇସିଂହା ବ୍ଲକରୁ ୩ଜଣ, ମୁରିବାହାଲ ବ୍ଲକରୁ ୨ଜଣ, ପାଟଣାଗଡ ଗ୍ରାମାଞ୍ଚଳରୁ ୪ଜଣ, ପୁଇଁନ୍ତଳା ବ୍ଲକରୁ ୫ଜଣ, ସଇଁନ୍ତଳା ବ୍ଲକରୁ ୧୬ଜଣ, ଟିଟିଲାଗଡ ଗ୍ରାମାଞ୍ଚଳରୁ ଜଣେ, ଟିଟିଲାଗଡ ସହରାଞ୍ଚଳରୁ ୨ଜଣ, ତୁରେକେଲା ବ୍ଲକରୁ ୪ଜଣ ଓ ତୁଷୁରାରୁ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୨୨୩୨୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୧୬୨୦ଜଣ ସ୍ୱସ୍ଥ ହୋଇଥିବା ବେଳେ ୬୩୨ ଜଣ ସକ୍ରିୟ ଓ ୭୧ ଜଣ ମୃତ୍ୟୁବରଣ କରିଥିବା ସରକାରୀ ସୂଚନା ରହିଛି ।

Leave A Reply

Your email address will not be published.

2 × three =