om academy

ଛାତ୍ର କଂଗ୍ରେସ ପକ୍ଷରୁ ବକୃତା ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧୀ ଜୟନ୍ତୀ ଅବସରରେ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ କଲେଜ ସ୍ଥରୀୟ ବକୃତା ପ୍ରତିଯୋଗିତା ସ୍ଥାନୀୟ ଆଇନ କଲେଜଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏଆଇସିସି ସଦସ୍ୟ ତଥା ପିସିସି ସାଧାରଣ ସମ୍ପାଦକ ସମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି, ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲ୍ଲୀପ ବେହେରା ଓ ଜିଲ୍ଲା ଛାତ୍ର କଂଗେସ କମିଟି ସଭାପତି ଅଙ୍କିତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଚାରକ ମଣ୍ଡଳୀରେ ବ୍ୟାସଦେବ ନନ୍ଦ, ଶିଶିର ହୋତା ଓ ଆଶିଷ ସିଂ ଠାକୁର ଉପସ୍ଥିତ ଥିଲେ । ଜିଲ୍ଲା ଛାତ୍ର କଂଗ୍ରେସ କମିଟି ପ୍ରବକ୍ତା ନୀତୀଶ ପଧାନ ପ୍ରତିଯୋଗିତା ପରିଚାଳନା କରିଥିଲେ । ଓଡିଆ ବକୃତାରେ ବ୍ୟୋମକେଶ ତ୍ରିପାଠୀ ୧ମ, ସାଇ ବିନାୟକ ମିଶ୍ର ୨ୟ ଓ ଆର୍ଯ୍ୟନ ରାଉତ ୩ୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଇଂରାଜୀରେ ଶୁଭଶ୍ରୀ ପାତ୍ର ୧ମ, ଆୟୁଷୀ ନନ୍ଦ ୨ୟ ଏବଂ ପାର୍ଥ ପ୍ରତିମ ଖମାରୀ ୩ୟ ସ୍ଥାନ ଅଧିକାର କରିଥିଲେ ।

Leave A Reply

Your email address will not be published.

one × 5 =