ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ରଣବା ପଞ୍ଚାୟତ ଖାରିଗୁଡା ଗ୍ରାମରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଯୋଗୁଁ ୨୭ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଜଙ୍ଗଲକୁ ଚରିବାକୁ ଯାଇଥିବା ବେଳେ ହଠାତ୍ ବର୍ଷା ସହ ବଜ୍ରପାତ ହେବା ଫଳରେ ଏହି ମେଣ୍ଢାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ମେଣ୍ଢାଙ୍କ ମଧ୍ୟରୁ ଗ୍ରାମର ବଳରାମ ଗୌଡ଼ଙ୍କର ୧୭ଟି ହୋଇଥିବା ବେଳେ କୃଷ୍ଣ ଗୌଡ଼ଙ୍କର ୧୦ଟି ରହିଥିବା ସୂଚନା ମିଳିଛି । ତେବେ ଉଭୟ ଗରିବ ହୋଇଥିବାରୁ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।
Prev Post