mahavir

ତହଁକ୍ ତିହାର୍ ପାଇଁ ବାଜିଲା ବିଗୁଲ୍ : ତିନିଦିନ ଧରି ହେବ ବିଭିନ୍ନ କାର୍ଯ୍ୟକ୍ରମ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜି ସ୍ଥାନୀୟ ତହଁକ୍ ଶାଲ୍ ଠାରେ ତହଁକ୍ କୁଟୁମ୍ ପକ୍ଷରୁ ତହଁକ୍ ତିହାର୍ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର କୋଶଲୀ ଭାଷା ସାହିତ୍ୟ ଏବଂ ଲୋକକଳା କ୍ଷେତ୍ରରେ ଅନବରତ କାମ କରୁଥିବା ବଲାଙ୍ଗିରର ତହଁକ୍ କୁଟୁମ୍ ଏଇ ବର୍ଷ ପାଳିବ ୧୨ ତମ ବାର୍ଷିକୋତ୍ସବ । “ତହଁକ୍ ତିହାର୍ ୨୦୨୬” ଗତବର୍ଷ ଦୁଇଦିନ ଧରି ହୋଇଥିବା ବେଳେ ଏବର୍ଷ ତିନିଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ ବୋଲି କୁଟୁମ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅବସରରେ ଆଜି ତହଁକ୍ ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ମାର୍ଚ୍ଚ ୬, ୭ ଏବଂ ୮ ତାରିଖରେ କୋଶଲି କୁଇଜ୍, ବକ୍ତୃତା, ଡ୍ରଇଂ ଭଲି ବିଭିନ୍ନ ପ୍ରତିଯୋଗିତା, ଆଲୋଚନା ଚକ୍ର, କୋଶଲୀ ରାମାୟଣ ପଠନ, କବିତା ଆସର, ନାଚ, ଲୋକକଳା ପରିବେଷଣ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହେବା ସଙ୍ଗେ ବାର୍ଷିକ ପତ୍ରିକା ମଧ୍ୟ ପ୍ରକାଶ କରାଯିବ ବୋଲି ତହଁକ୍ ସମ୍ପାଦକ ରାଜେଶ ଦଣ୍ଡସେନା ଘୋଷଣା କରିଥିଲେ । ଏହି ଅବସରରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶ୍ରିୟାକାନ୍ତ ଦାଶ, ଦେବେନ୍ଦ୍ର ନାଏକ, ରାଜୀବ ପ୍ରସାଦ ଭୋଇ, ଦିଲୀପ କୁମାର ମିଶ୍ର, ଗୋପାଲ ମେହେର, ରଘୁନାଥ ନନ୍ଦ, ପ୍ରଭାସିନି ଭୋଇ, ରବିନ୍ଦ୍ର ସାହୁ, ରାମଶଙ୍କର ଶତପଥୀ, ମିଲନ ପଣ୍ଡା, ଭରତ ମେହେର ଏବଂ ସାଲିନୀ ସା ପ୍ରମୁଖ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ କେମିତି ଭାବେ କାର୍ଯ୍ୟକ୍ରମ ଠିକ ଭାବରେ ହେବ ନିଜ ନିଜ ମତାମତ ରଖିଥିଲେ । ଶ୍ରିୟାକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.