csstore

ବିଜେପିର କାର୍ଯ୍ୟକର୍ତ୍ତାଙ୍କ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ପ୍ରବଳ ମାତ୍ରାରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଜନ ସମର୍ଥନ ବଢିବାରେ ଲାଗିଛି । ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଝାରବନ୍ଧ ବ୍ଲକ ବିଜାଢୋଲ, କନ୍ଧାଡଙ୍ଗର, କୁସୁମଦର୍ହା, ଅନୁଗୁଳ, ବଣ୍ଡାମୁଣ୍ଡା, କୋଟନା ଆଦି ଗ୍ରାମରେ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଯୋଗଦାନ କରି ଆସନ୍ତା ଆସନ୍ତା ୫ ତାରିଖ ହେବାକୁ ଥିବା ଉପନିର୍ବାଚନରେ ବିପୁଳ ମାତ୍ରାରେ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ଜିତାଇବାକୁ ଆର୍ଶୀବାଦ ଭିକ୍ଷା କରିଥିଲେ । ଅଞ୍ଚଳର ବିକାଶ ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ଧାରାକୁ ପହଞ୍ଚିବ ବୋଲି ଆହ୍ୱାନ କରିଥିଲେ । ଏଥିରେ ଖଟିଖିଆ ସଂଘ ସଭାପତି ଭୋଜରାଜ ବାଗ ଯୋଗଦେଇ ଉପନିର୍ବାଚନରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ପୁରୋଧା ନେତା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଦୀର୍ଘ ୫ ବର୍ଷ ଧରି ବିଧାୟକ ଥିବା ବେଳେ ପଦ୍ମପୁରରେ ଅନେକ ବିକାଶମୂଳକ କାର୍ଯ୍ୟ ହେବା ସହ ଶାନ୍ତି ଶୃଙ୍ଖଳାରେ ପରିଚାଳିତ କରାଇଥିଲେ । ଶ୍ରୀ ପୁରୋହିତ ପଦ୍ମପୁରରୁ ପ୍ରଥମ ବିଧାୟକ ଭାବା ନିର୍ବାଚିତ ଶ୍ରେଷ୍ଠ ବିଧାୟକ ଭାବେ ପୁରସ୍କୃତ ହୋଇ ପଶ୍ଚିମ ଓଡ଼ିଶା ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିଲେ । ଏଣୁ ତାଙ୍କ ଏହି ଉପନିର୍ବାଚନରେ ପଦ୍ମଫୁଲ ଚିହ୍ନରେ ବିପୁଳ ମାତ୍ରାରେ ଭୋଟ ଦେଇ ଜିତାଇବାକୁ ଶ୍ରୀ ବାଗ ଅନୁରୋଧ କରିଥିଲେ । ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସାମନ୍ତ ଶେଖର ମୁନା, ନାଥ ସିଦ୍ଧାର, ସୁରେଶ ଲୁହାର, ଗରିବ ଭୋଇ, ସାରଙ୍ଗ ପଟେଲ, ରୋହିତ ରଣା, ସୁଶାନ୍ତ ପଟେଲ, ଆଭାସ ଦାସ, ଜଗଦୀଶ ପଟେଲ, ରାଜକୁମାର ପଟେଲ, ବିଭୁତି ହାତୀ, ରାକେଶ ନାଏକ, ପ୍ରେମ ପଟେଲ, ରୁଦାନନ୍ଦ ପଟେଲ, ଅଶୋକ ସାହୁଙ୍କ ସମେତ ବହୁ ସଂଖ୍ୟାରେ ବିଜେପି କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.