csstore

ପାଇକମାଲ ନାଗରିକ କମିଟିର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ପରିସରରେ ସୋମବାର ସନ୍ଧ୍ୟାରେ ନାଗରିକ କମିଟିର ଏକ ଜରୁରି ବୈଠକ ମନୋଜ ତ୍ରିବେଦୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପାଇକମାଲ ବ୍ଲକର ବିଭିନ୍ନ ଉନ୍ନତିମୂଳକ କାମ କରାଯିବା ପାଇଁ କମିଟି ସଭ୍ୟମାନେ ନିଜ ନିଜର ମତ ପ୍ରକାଶ କରିଥିଲେ । ଆଗାମୀ ଉପନିର୍ବାଚନ ପୂର୍ବରୁ ପାଇକମାଲକୁ ଏନଏସି କରାଯିବା, ପାଇକମାଲ ପିଏଚସିକୁ ସିଏଚସି କରାଯିବା, ୧୩୨/୩୩ ଗ୍ରୀଡ ପାଇକମାଲରେ ସ୍ଥାପନ କରାଯିବା ଓ ଜେଏମଏଫସି କୋର୍ଟକୁ ଶୀଘ୍ର ଖୋଲିବା ପାଇଁ ଆଲୋଚନା କରାଯାଇଥିଲା । ଏହା ସବୁ ଅତିଶୀଘ୍ର ସରକାର ଘୋଷଣା ନକଲେ ନଭେମ୍ବର ୪ ତାରିଖ ପାଇକମାଲ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଛି । ଏଥି ସହିତ ପଦ୍ମପୁର ଜିଲ୍ଲା ଘୋଷଣା ଦାବୀକୁ ପାଇକମାଲ ନାଗରିକ କମିଟି ସର୍ମଥନ କରିବା ପାଇଁ ପ୍ରସ୍ତାବ ନିଆଯାଇଛି । ଆଲୋଚନାରେ ରାମ ରତନ ପୁରୋହିତ, ବିନୋଦ କାଲିଆ, ରାଜ କିଶୋର ସାହୁ, ସୁବ୍ରତ ସାହୁ, ସୁଶାନ୍ତ ନାଗ, ଗୋବର୍ଦ୍ଧନ ଅଗ୍ରୱାଲ, ଯୁଗଲ ମେହେର, ଦିଲ୍ଲିପ ଅଗ୍ରୱାଲ, ଜଗ ମୋହନ ତ୍ରିବେଦୀ, ବଡ ଶତପଥି, ସନ୍ତୋଷ ପାଣିଗ୍ରାହୀ ପ୍ରମୁଖଙ୍କ ସହ ପାଇକମାଲ ବଣିକ ସଂଘର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ । ନିଳମଣୀ ପଣ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.