pakka

ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଦ୍ଵିତୀୟ ଗଭର୍ନିଙ୍ଗ୍‌ ବଡି ବୈଠକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର କାଉନସିଲ ହଲଠାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଦ୍ଵିତୀୟ ଗଭର୍ନିଙ୍ଗ ବଡି ବୈଠକ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ଼ ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର, ଗଭର୍ନିଙ୍ଗ ବଡି ସଦସ୍ୟ ପ୍ରଫେସର ମଧୁସୂଦନ ପତି, ଡ଼ ପୂର୍ଣ୍ଣଚନ୍ଦ୍ର ସାହୁ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଡିନ ଓ ଅଧ୍ୟକ୍ଷା ତଥା ଗଭର୍ନିଙ୍ଗ ବଡିର ସଦସ୍ୟ ସଚିବ ଡ଼. ସବିତା ମହାପାତ୍ର, ମେଡିକାଲ ଅଧିକ୍ଷକ ଡ଼ ମହେନ୍ଦ୍ର କୁମାର ନାୟକ, ସିଡିଏମ୍‌ଓ ଡ଼ ସ୍ନେହଲତା ସାହୁ, ଡ଼ ମାନସୀ ପଣ୍ଡା, ଡ଼ ଶ୍ରୀକାନ୍ତ ପଣ୍ଡାଙ୍କ ସମେତ ଗଭର୍ନିଙ୍ଗ ବଡିର ସଦସ୍ୟ/ସଦସ୍ୟା ଓ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ବିଭାଗର ବିଭାଗୀୟ ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଡିନ୍‌ ଓ ଅଧ୍ୟକ୍ଷା ଡ଼ ମହାପାତ୍ର ସମସ୍ତଙ୍କୁ ସ୍ଵାଗତ କରିବା ସହ କଲେଜ ଓ ହସ୍ପିଟାଲ ପରିଚାଳନା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଓ ପାୱାର ପଏଣ୍ଟ ମାଧ୍ୟମରେ ଗଭର୍ନିଙ୍ଗ ବଡିର ବିଭିନ୍ନ ଆଲୋଚ୍ୟ ବିଷୟବସ୍ତୁ ସମ୍ପର୍କରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ । ପ୍ରଥମ ଗଭର୍ନିଙ୍ଗ ବଡି ବୈଠକରେ ଗୃହିତ ହୋଇଥିବା ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ସବିଶେଷ ଆଲୋଚନା ହେବା ସହ ଏ ସମ୍ପର୍କରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଓ କାର୍ଯ୍ୟ ଗୁଡୁକର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ ଟିଚିଙ୍ଗ ବେଡର ସ୍ଥିତି, ମେଡିକାଲ କଲେଜର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧକରଣ, ବର୍ତ୍ତମାନ ଉପଲବ୍ଧ ଥିବା ବିଭିନ୍ନ ଭିତ୍ତିଭୂମି, ନୂତନ ଛାତ୍ରାବାସ ନିର୍ମାଣ, ନୂତନ ଛାତ୍ରୀନିବାସ ନିର୍ମାଣ, ଅତିଥି ଗୃହ ନିର୍ମାଣ, ବହୁମୂଖୀ ଉପଯୋଗୀ କୋଠା ନିର୍ମାଣ, କେନ୍ସର ହସ୍ପିଟାଲ, ଫୁଟବଲ ଖେଳପଡିଆ ଏବଂ ଷ୍ଟାଡିୟମ ନିର୍ମାଣର ଅଗ୍ରଗତି ସହ ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଠ ଟିଚିଙ୍ଗ ହସ୍ପିଟାଲ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା ହୋଇଥିଲା । ଏତଦ୍‌ ବ୍ୟତୀତ ବିଭିନ୍ନ ବିଭାଗରେ ଖୋଲାଯାଇଥିବା ପୋଷ୍ଟ ଏମ୍‌ବିବିଏସ୍‌ ଡିପ୍ଲୋମା ପାଠ୍ୟକ୍ରମ, ବହୁ ବିଭାଗୀୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା, ବୈଷୟିକ କମିଟି ଓ ଏକାଡେମିକ କମିଟି ଗଠନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଭୀମ ଭୋଇ ମେଡିକାଲ କଲେଜର ସଭାପତି ରାଧାକାନ୍ତ ସାହୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ଉପଲବ୍ଧ ଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋକପାତ କରିବା ସହ ଇନଡୋର ବ୍ୟାଡମିଣ୍ଟନ କୋର୍ଟ ଓ କାଫେଟେରିଆ ନିର୍ମାଣ ସମ୍ପର୍କରେ ବୈଠକରେ ଅନୁରୋଧ କରିଥିଲେ । ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବିଭିନ୍ନ ଭିତ୍ତିଭୂମି ଗୁଡିକର ରକ୍ଷଣା ବେକ୍ଷଣ ତଥା ଉପଯୁକ୍ତ ତଦାରଖ କରିବାକୁ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ବିଭାଗର ବିଭାଗୀୟ ମୁଖ୍ୟମାନଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ଼ ଦଳାଇ ନିର୍ଦ୍ଦେଶ ଦେଇଥିଲେ । ବୈଠକ ଶେଷରେ ମେଡିକାଲ କଲେଜର ଭାଇସ ପ୍ରିନ୍ସିପାଲ ଡ଼ ମାନସୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

5 × three =

error: Content is protected !!