pakka

ଡିଜିଟାଲ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ବରଗଡ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଝାରବନ୍ଧ ବ୍ଲକ ଅନାଦିବାହାଲ ଗ୍ରାମରେ ଡିଜିଟାଲ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉକ୍ତ ଗ୍ରାମ ପଞ୍ଚାୟତ ସରପଞ୍ଚ ଲକ୍ଷେ ସିଂହ ଯୋଗ ଦେଇଥିଲେ । ଡିଜିଟାଲ ଲେନଦେନ ସେବା ଏବଂ ସୁରକ୍ଷା ଉପରେ ଲେନିଶ ଚନ୍ଦ୍ର ବୁଝାଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ପାୟ ୪୦ ଜଣ ଯୁବକ ଯୁବତୀ ଯୋଗ ଦେଇଥିଲେ । ଲକ୍ଷେ ସିଂହ ଥାପା ଡିଜିଟାଲ ସାକ୍ଷରତା ସମ୍ପର୍କରେ ଯୁବକ ଯୁବତୀମାନଙ୍କୁ ବିଷଦ ଭାବରେ ବୁଝାଇ ଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ଦୁର୍ଯ୍ୟୋଧନ ପାଣ୍ଡେ ସହଯୋଗ କରିଥିଲେ । ନେହେରୁ ଯୁବ କେନ୍ଦ୍ର ତରଫରୁ କେନ୍ଦ୍ର ଅଧିକାରୀ ଜି ରୋଶନ ଟଣ୍ଡନ ଏବଂ ପରାମର୍ଶଦାତା କମିଟି ସଭ୍ୟ ତ୍ରିଲୋଚନ ଶତପଥୀ ସଂଯୋଜନା କରିଥିଲେ ।

jay balangir
Leave A Reply

Your email address will not be published.

seven + thirteen =

error: Content is protected !!