ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଦ୍ୟୁତ ସମସ୍ୟା ସମାଧାନ ପାଇଁ ବୈଠକ

ବରପାଲି, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ବ୍ଲକ ସମ୍ମିଳନୀ କକ୍ଷରେ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଜନ ପ୍ରତିନିଧି ଓ ବିଦ୍ୟୁତ ବିଭାଗର ଉଚ୍ଚ ପଦାଧିକାରୀମାନଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ବୟନ ଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ରୀତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରପାଲି, ବିଜେପୁର ବ୍ଲକ ଅଞ୍ଚଳରେ ଲାଗି ରହୁଥିବା ବିଦ୍ୟୁତ ସମସ୍ୟାର ସମାଧାନ ଓ ଉପଭୋକ୍ତାଙ୍କୁ ଉଚିତ୍ ପରାମର୍ଶ ପ୍ରଦାନ ପାଇଁ ଆଲୋଚନା ହୋଇଥିଲା । ଏଥିରେ ବରଗଡ଼ ଜିଲ୍ଲାର ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସମେତ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଏସଡିଓ, କନିଷ୍ଠ ଯନ୍ତ୍ରୀ ଯୋଗ ଦେଇଥିଲେ । ସେହିପରି ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଦିନେଶ କୁମାର ଗହିର, ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା, ବରପାଲି ଓ ବିଜେପୁର ବ୍ଲକ ଅଧ୍ୟକ୍ଷା ଯୋଗଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇବା ସହ ଏହାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଆଲୋଚନା କରିଥିଲେ ।

Leave A Reply

Your email address will not be published.

nine − 3 =

error: Content is protected !!