jsm

ଲକ୍ଷେଘର ଗଣ୍ଡା ସମାଜର ବୈଠକ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜାମସେଠ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଡୁଡୁକିଝରିଆ ଖେଳପଡିଆ ଠାରେ ଲକ୍ଷେଘର ଗଣ୍ଡା ସମାଜର ଏକ ସାଧାରଣ ବୈଠକ ପାଇକମାଲ ସର୍କିଲ ବ୍ଲକ ସଭାପତି ଧନୁ ଦୀପଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଲକ୍ଷେଘର ଗଣ୍ଡା ସମାଜ ଜାମସେଠ ପଞ୍ଚାୟତ ସ୍ତରୀୟ ପୁର୍ବ କମିଟୀକୁ ବାଦ ଦେଇ ଏକ ନୂତନ ୧୫ ଜଣିଆ କମିଟୀ ଚୟନ କରାଯାଇଛଇ । ଲକ୍ଷେଘର ଗଣ୍ଡା ସମାଜ ସଭାପତି ରୂପେ ଶରତ ଚନ୍ଦ୍ର ତାଣ୍ଡି, ଉପସଭାପତି ହରିଲାଲ ବାଗ, ସମ୍ପାଦକ ଦୟାନିଧି ଦୀପ, ସହ ସପାଂଦକ କୁଶ ସୁନା ଏବଂ କୋଷାଧ୍ୟକ୍ଷ ଯୋଗିନ୍ଦ୍ର ଭୋଇଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛଇ । କମିଟିରେ ତିରିଶଲାଲ ବାଗ, କମଲ ତାଣ୍ଡି, ଇନ୍ଦ ତାଣ୍ଡି, ଷୀରୋଦ ତାଣ୍ଡି, ଦିଲିପ ତାଣ୍ଡି, ଦାମୋଦର ଜଗତ, ଗକୁଲ ଭୋଇ, ମନ୍ଥନ ସୁନା, କୀର୍ତ୍ତନ କୁମ୍ଭାର, ନନ୍ଦ ଜଗତ ତଥା ଅନ୍ୟାନ୍ୟ ସାମାଜିକ ଭଦ୍ର ବ୍ୟକ୍ତି ଯୋଗ ଦେଇଥିଲେ। ନୂତନ ସଭାପତି ଶ୍ରୀ ତାଣ୍ଡି ସାମାଜିକ ସୁରକ୍ଷା, ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଆଗମୀ ଦିନରେ ସଂଗଠନ କାମ କରିବ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ବ୍ଲକ ସର୍କଲ ସଂପାଦକ ଗଦାଧର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.