csstore

ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ପାଇଁ ଜମି ସମସ୍ୟା ସଂପର୍କିତ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ପାଇଁ କିଛି ସ୍ଥାନରେ ଜମି ହସ୍ତାନ୍ତର ସଂପର୍କିତ ସମସ୍ୟା ରହିଥିବାରୁ ରାସ୍ତା ନିର୍ମାଣ କାମ ସଂପୂର୍ଣ୍ଣ ହୋଇ ପାରୁନାହିଁ । ଏ ସଂକ୍ରାନ୍ତରେ ବିଭିନ୍ନ ସ୍ଥାନରେ ବାକି ରହିଥିବା ଜମି ହସ୍ତାନ୍ତର ପ୍ରକ୍ରିୟାକୁ ତ୍ବରାନ୍ବିତ କରି ରାସ୍ତା କାମ ଚାଲୁ କରିବା ପାଇଁ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ୟ୍ୟାଳୟ ପ୍ରକୋଷ୍ଠ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବରଗଡ଼ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ବିରଞ୍ଚି କୁମାର ମହାନ୍ତି, ପଦ୍ମପୁର ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ରିୟ ମେହେର, ଜୁନିୟର ଇଞ୍ଜିନିୟର ରାଜେନ୍ଦ୍ର କିଷାନ ଏବଂ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଯୋଗଦାନ କରି ସୋହେଲା ଠାରୁ ପାଇକମାଲ ବ୍ଲକ ମଧ୍ୟରେ ବିଭିନ୍ନ ସ୍ଥାନରେ ବାକି ରହିଥିବା ଜମି ହସ୍ତାନ୍ତର ତଥା ଅନ୍ୟାନ୍ୟ ଆନୁସଙ୍ଗିକ ସମସ୍ୟା ଉପରେ ବିବରଣୀ ପ୍ରଦାନ କରିବା ସହିତ ଏହାର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିସ୍ତୃତ ଆଲୋଚନା ପରେ ଜମି ସଂପର୍କିତ ସମସ୍ୟାକୁ ସହମତି ଭିତ୍ତିରେ ସମାଧାନ କରିବା ପାଇଁ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଭାବରେ କ୍ୟାମ୍ପ ଆୟୋଜନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

jayashree
Leave A Reply

Your email address will not be published.