pakka

ଜଲିଆ ପବିତ୍ର ପୀଠ ଖପରାଡୁଙ୍ଗୁରୀ ସ୍ଥିତ ସପ୍ତର୍ଷି ମଠଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ବୈଠକ

bbehera
  • ମଦକୁ ଛାଡ଼ି ଶିକ୍ଷା ହିଁ ଆମ ଦିକ୍ଷା ଗ୍ରହଣ କରି ପୁଅଝିଅମାନଙ୍କୁ ଉଚ୍ଚ ଶିକ୍ଷିତ କରିବାକୁ ଆହ୍ୱାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଧୂମାଭଟା ପଞ୍ଚାୟତ ଜଲିଆ ଗ୍ରାମର ପବିତ୍ର ଖପରାଡୁଙ୍ଗୁରୀ ସପ୍ତର୍ଷି ମଠ ପରିସରରେ ସର୍ବ ଭାରତୀୟ ବିଞ୍ଝାଲ ସମାଜର ସାମାଜିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବଭାରତୀୟ ବିଞ୍ଝାଲ ସମାଜର ବେଲପଡା ବ୍ଳକ ସଭାପତି ସୁଗ୍ରେସ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପଲାଟ ସଭାପତି ତଥା ବଲାଙ୍ଗିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗ ମୁଖ୍ୟ ଅତିଥି, ଜିଲ୍ଲା ସଂପାଦକ ଗନ୍ଧର୍ବ ବରିହା, ସହସଂପାଦକ ଦୁର୍ଯ୍ୟୋଧନ ବରିହା କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା, ପାଟଣାଗଡ଼ ବ୍ଳକ ସଭାପତି କିଶୋର ବରିହା, ବଲାଙ୍ଗିର ବ୍ଳକ ସଭାପତି କୁଶ ବରିହା, ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହା, ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଗୋରେଖନାଥ ବରିହା, ମୁରିବାହାଲ ବନମାଳୀ ବରିହା, ବଙ୍ଗୋମୁଣ୍ଡା ସଭାପତି ଶାନ୍ତନୁ ବରିହା, ଟିଟିଲାଗଡ଼ ସଭାପତି ମଦନ ବରିହା, ତୁରେକେଲା ବ୍ଲକ ସଭାପତି ହରି ବରିହା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ସଭା ପ୍ରାରମ୍ଭରେ ଜଳିଆ ଗ୍ରାମର ପୂଜକ ଠଣ ସୁନ୍ଦର ବରିହା ସମାଜର ଇଷ୍ଟ ଦେବୀ ମା’ ବିନ୍ଧ୍ୟବାସିନୀଙ୍କ ପୂଜାର୍ଚ୍ଚନା କରିବା ସହ ସାମୁହିକ ପ୍ରାର୍ଥନା କରାଯାଇଥିଲା । ସମାଜର ବୈବାହିକ ସମ୍ବନ୍ଧୀୟ ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ଭୁଲ ବୁଝାମଣା ଯୋଗୁଁ ବର୍ଷ ବର୍ଷ ଧରି ଘଟିଥିବା ବ୍ୟବଚ୍ଛେଦ ବିଷୟଗୁଡିକର ସର୍ବ ଭାରତୀୟ ବିଞ୍ଝାଲର ସାମାଜିକ ସମ୍ବିଧାନର ବହି ଅନୁଚ୍ଛେଦ ଧାରା ଅନୁଯାୟୀ ବିଶଦ ଭାବରେ ଆଲୋଚନା କରି ଉଭୟ ପତି ପତ୍ନୀ ପୁନଃ ଏକାଠି ରହି ସୁଖର ଘର ସଂସାର କରିବାକୁ ସମାଧାନ କରାଯାଇଥିଲା । ଶିକ୍ଷା ହିଁ ଆମ ଦିକ୍ଷା ଗ୍ରହଣ କରି ପୁଅଝିଅମାନଙ୍କୁ ଉଚ୍ଚ ଶିକ୍ଷିତ କରିବାକୁ ପଡ଼ିବ ବୋଲି ପରାମର୍ଶ ଦେଇଥିଲେ ମୁଖ୍ୟ ଅତିଥି ଶ୍ରୀ ବାଗ ତାଙ୍କ ବ୍ୟକ୍ତବ୍ୟରେ କହିଥିଲେ । ସେ କହିଥିଲେ ଯେ, ସର୍ବ ଭାରତୀୟ ବିଞ୍ଝାଲ ସମାଜକୁ ଭାରତୀୟ ସ୍ତରରେ ଯୋଡିବାକୁ ଏକ ସର୍ବ ଭାରତୀୟ ବିଞ୍ଝାଲ ଆପ୍‌ରେ ଯୋଡ଼ି ହେବାକୁ ଆହ୍ୱାନ କରିଥିଲେ । ସମାଜରେ ମଦ ହିଁ ଦରିଦ୍ର କରୁଛି ଏବଂ ବିଶୃଙ୍ଖଳା ସୃଷ୍ଟି ହେଉଥିବା ସହ ପାରିବାରିକ କଲହ ଘଟୁଥିବା ଯୋଗୁଁ ସମାଜରେ ମଦ ସମ୍ପୂର୍ଣ୍ଣ ବନ୍ଦ କରିବା ନିଷ୍ପତ୍ତି ନିଆଯାଇଥିଲା । ସମାଜରେ ମଦ ପିଇ ବିଶୃଙ୍ଖଳା ସୃଷ୍ଟି କଲେ ସେମାନଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଯୁବା ପଞ୍ଚାୟତ ସଭାପତି ରାଜ ବରିହା, ବେହେରାମୁଣ୍ଡା ପଞ୍ଚାୟତ ସଭାପତି ଗୋବର୍ଦ୍ଧନ ବରିହା, ବାଗଦୋର ସଭାପତି ଚିତୃ ବରିହା, ବେଲପଡା ବ୍ଳକ କମିଟି ଉପଦେଷ୍ଟା କମିଟିର ସଦସ୍ୟ ମଦନ ବରିହା, ଧୂମାଭଟା ପଞ୍ଚାୟତ ସଭାପତି ଉତ୍ତମ ବରିହା, ପର୍ଲିମାଲ ସଭାପତି ଶତୃଘ୍ନ ବରିହା, କଲାକାହ୍ନୁ ବରିହା, ଗେର୍ଡା ପଞ୍ଚାୟତ ସଭାପତି ମଦନ ବରିହା ପ୍ରମୁଖଙ୍କ ସମେତ ଶତାଧିକ ମହିଳା ପୁରୁଷ ଯୋଗଦେଇ ଥିଲେ । ଜିଲ୍ଲା ସଂପାଦକ ଗନ୍ଧର୍ବ ବରିହା ସ୍ୱାଗତ ଭାଷଣ ଦେଇଥିବା ବେଳେ ଗୋରେଖନାଥ ବରିହା ସଭାପରିଚାଲନା କରିଥିଲେ । ଜଳିଆ ଗ୍ରାମ ସମାଜ ମାର୍କଣ୍ଡେୟ ବରିହା, ସଂପାଦକ ସାଧୁ ବରିହା, ରତନ ବରିହା, ସୁରୁଗଣ୍ଡା ବରିହା, ରାମେଶ୍ୱର ବରିହା, ତେଜରାଜ ବରିହା, ମକରନ୍ଦ ବରିହା, ଜୟଦେବ ବରିହା ପ୍ରମୁଖ ସହଯୋଗ କରିଥିଲେ । ଠଣସୁନ୍ଦର ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

5 + eighteen =