pakka

ବିଜୁ ଜନତା ଦଳ ତରଫରୁ ଜନସଚେତନତା ଓ ସାମାଜିକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବିଜୁ ଜନତା ଦଳ ତରଫରୁ ଜନସଚେତନତା ଓ ସାମାଜିକ ସେବା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଜନସଚେତନତା ଓ ସାମାଜିକ ସେବା କାର୍ଯ୍ୟକ୍ରମରେ ଆଜି ବିଜୁ ଜନତା ଦଳ ରାଜ୍ୟ ପରିଷଦର ସଦସ୍ୟ ନିହାର ରଞ୍ଜନ ବେହେରା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମଲ୍ଲମୁଣ୍ଡା ଓ ଗଇଁନ୍ତଲା ପଞ୍ଚାୟତର ବିଭିନ୍ନ ସ୍ଥାନ ଯଥା କୁରଲୁପାଲି, କଲୋନୀପଡ଼ା, ଦୈନାପାଲି, ଖଲିଆପାଲି ଗ୍ରାମରେ ଜନସଚେତନତା ଓ ସାମାଜିକ କାର୍ଯ୍ୟକ୍ରମ କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ ଏବଂ ତା’ ସହିତ ଗ୍ରାମରେ ଲାଗି ରହୁଥିବା ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଲୋକମାନଙ୍କ ସହିତ ଆଲୋଚନା କରି ତା’ର ସମାଧାନ ପାଇଁ ପ୍ରତିସୃତି ଦେବା ସହିତ ବିଭିନ୍ନ ସଭାରେ ସିଧା ସଳଖ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସହିତ ଲୋକଙ୍କୁ କଥା ମଧ୍ୟ କରାଇଥିଲେ, ତାଙ୍କ ସହିତ ବିଜେଡି ଜିଲ୍ଲା ଉପସଭାପତି ସୁରେଶ ନାଏକ, ବିଜେଡି ବରିଷ୍ଟ ସଦସ୍ୟ ବିଷ୍ଣୁ ପଟେଲ, ଜିଲ୍ଲା ବିଜୁ ଯୁବ ଜନତା ଦଳ ସମ୍ପାଦକ କୁନାଲ ସରକାର, ଆଗଲପୁର ବ୍ଲକ ଯୁବ ଜନତା ଦଳ ସଭାପତି ନାରାୟଣ ସାହୁ, ପୁଇଁନ୍ତଲା ବ୍ଳକ ବିଜୁ ଛାତ୍ର ଜନତା ଦଳ ସଭାପତି ହେମନ୍ତ ଛୁରିଆ, ଶ୍ରୀପତି ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

fourteen − 12 =