pr

ପଦ୍ମପୁର ବନଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜାର ପ୍ରସ୍ତୁତି ବୈଠକ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବନଦୁର୍ଗା ମନ୍ଦିର ପରିସରରେ ମନ୍ଦିର ସଭାପତି ଡ. ପ୍ରଭାତ ନାରାୟଣ ତ୍ରିପାଠୀଙ୍କ ସଭାପତିତ୍ୱରେ ଚଳିତ ଚୈତ୍ରମାସରେ ବାସନ୍ତିକ ନବରାତ୍ର ପୂଜାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଡ. ତ୍ରିପାଠୀ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଗତବର୍ଷ ପୂଜାର ସମୀକ୍ଷା କରି ସମସ୍ତ ଦିଗର ଭଲମନ୍ଦର ବିଚାର ବିମର୍ଷ ଆଲୋଚନା କରାଯାଇଥିଲା । ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ ମନ୍ତ୍ର ଉଚ୍ଚାରଣ କରି କାର୍ଯ୍ୟସୂଚୀର ବିବରଣୀ ପ୍ରଦାନ କରିଥିଲେ । ଆସନ୍ତା ତା ୧୯.୦୩ ୨୦୨୬ ପ୍ରତିପଦା ଗୁରୁବାର ଦିନ ସକାଳ ଘ. ୫.୦ ଟାରେ କଳସାଧିବାସ, ଅଂକୁରା ରୋପଣ, ଅଖଣ୍ଡଦୀପ ପ୍ରଜ୍ୱଳନ, ନବଦୁର୍ଗା ଆବାହନ ପୂଜା,ଅଗ୍ନି ସ୍ଥାପନ, ଅର୍ଣ୍ଣଭୋଗ, ସନ୍ଧ୍ୟା ୭ ଘ. ମିଷ୍ଟାନ୍ନ ଭୋଗ, ୭.୩୦ ମି ମଙ୍ଗଳ ଆଳତୀ, ତା. ୨୦.୦୩.୨୦୨୬ ସକାଳ ୭ ଘ.ବାଲଭୋଗ, ଆଳତୀ, ସୂର୍ଯ୍ୟପୂଜା, ଦେବୀ ପୂଜା, ଚଣ୍ଡୀ ହୋମ, ଅର୍ଣ୍ଣ ଭୋଗ, ଆଳତୀ, ପୁଷ୍ପାଞ୍ଜଳି, ସନ୍ଧ୍ୟା ୭.ଘ. ମିଷ୍ଟାନ୍ନ ଭୋଗ, ୭.୩୦ମି ମଙ୍ଗଳ ଆଳତୀ, ୨୬.୦୩.୨୦୨୬ ଅଷ୍ଟମୀ ସକାଳ ୭ ଘ. ବାଲଭୋଗ, ଆଳତୀ, ଦେବୀ ପୂଜା, ଚଣ୍ଡୀ ହୋମ, ଅର୍ଣ୍ଣଭୋଗ, ଆଳତୀ, ପୁଷ୍ପାଞ୍ଜଳି, ସନ୍ଧ୍ୟା ଘ.୭.୦ ୧୦୮ ଦୀପ ପ୍ରଜ୍ୱଳନ, ମିଷ୍ଠାନ୍ନ ଭୋଗ, ୭.୩୦ମି ମଙ୍ଗଳ ଆଳତୀ, ତା. ୨୭.୦୩.୨୦୨୬ ଶ୍ରୀରାମ ନବମୀ ସକାଳ ଦୀପ, ବାଲଭୋଗ, ଆଳତୀ, କୁମାରୀ ଦେବୀ ପୂଜା, ଶାନ୍ତି ହୋମ, ଅର୍ଣ୍ଣ ଭୋଗ, ଆଳତୀ ଶ୍ରୀରାମ ଜନ୍ମ ମହୋତ୍ସବ ପାଳନ, ସନ୍ଧ୍ୟା ୭ ଘ.ମିଷ୍ଠାନ୍ନ ଭୋଗ, ୭.୩୦ ମି.ମଙ୍ଗଳ ଆଳତୀ, ୨୮.୦୩.୨୦୨୬ ଦଶମୀ ଶନିବାର ଘ.୭.୦ ବାଲଭୋଗ, ଆଳତୀ, ଅପରାଜିତା ପୂଜା, ଘ. ୯.୪୫ ମି ସ୍ଥିର ଲଗ୍ନେ ପୂର୍ଣ୍ଣାହୁତି ଓ ଘଟ ବିସର୍ଜନ କରାଯିବ । ଆଜିର ଏହି ବୈଠକରେ ସଭାପତି ଡ. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଲ ଚନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ଅନିଲ କୁମାର ବେହେରା ସମେତ ପ୍ରତାପ ମିଶ୍ର, ଗଜାନନ ଶର୍ମା, ଶୁଶାନ୍ତ ପଧାନ, ଉମେଶ ସାହୁ, ବିଷ୍ଣୁ ଥପା, ଶୁରୁ ଭୋଇ, ଗୋବିନ୍ଦ ବାଗ, ବନଦୁର୍ଗା ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା (ସୁରୁ) ଲକ୍ଷ୍ମୀ ନାରାୟଣ ମନ୍ଦିର ପୂଜକ ଉଦୟ ନନ୍ଦ ଉପସ୍ଥିତ ରହି ନିଜ ନିଜ ସୁଚିନ୍ତିତ ମତାମତ ରଖିଥିଲେ । ସଭା ଶେଷରେ ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।

nrusinghnath
Leave A Reply

Your email address will not be published.