p purohi

ରମ୍ଭାରେ ରାଜ୍ୟ ସ୍ତରୀୟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ୍‌ ପାଇଁ ପ୍ରାକ୍‌ ପ୍ରସ୍ତୁତି ବୈଠକ

dr. purohit

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ସହର ଅନ୍ତର୍ଗତ ରାଜ୍ୟ ସ୍ତରୀୟ ଭାରତୀୟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ୍‌ ରମ୍ଭା କ୍ରିକେଟ କ୍ଳବ ପକ୍ଷରୁ ଏକ ପ୍ରାକ୍‌ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ସୀମାଞ୍ଚଳ ବାଡ଼ତ୍ୟାଙ୍କ ପୌରାହିତ୍ୟରେ ଆୟୋଜିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେବା ନେଇ ଓଡିଶା ସମେତ ବିଭିନ୍ନ ରାଜ୍ୟ ତଥା ଛତିଶଗଡ଼, ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶର ବିଭିନ୍ନ କ୍ରିକେଟ୍‌ କ୍ଲବ ସ୍ୱୀକୃତି ପ୍ରଦାନ କରିଥିବା ରମ୍ଭା କ୍ରିକେଟ୍‌ କ୍ଳବର ସମ୍ପାଦକ ବିବେକାନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ୍‌ ଆସନ୍ତା ଡିସେମ୍ବର ମାସରେ ଆରମ୍ଭ କରାଯିବା ନେଇ ସର୍ବ ସମ୍ମତିକ୍ରମେ ଘୋଷଣା କରାଯାଇଥିଲା । ଉପସଭାପତି ହିମାଂଶୁ ବୈଠାରୁ, ସହସମ୍ପାଦକ କ୍ଷେତ୍ର ମୋହନ ବେହେରା, କାର୍ଯ୍ୟକାରୀ ସଭ୍ୟ ପ୍ରଦୀପ ବେହେରା,ମ୍ୟାନେଜର ସନ୍ଦୀପ କୁମାର, କ୍ଳବର ସାଧାରଣ ସଦସ୍ୟ ତଥା ଏନ୍‌ଏସି ଅଧ୍ୟକ୍ଷା ପ୍ରତିନିଧି କାହ୍ନା ସ୍ୱାଇଁ, ଆଇନ୍‌ଜୀବୀ ଟିପୁ ବେହେରା, ହାପି, ପ୍ରଫୁଲ, ସଚିନ, ଜଗା, ଧୀରଜ, ଶୁଭଙ୍କର, ରତିକାନ୍ତ, ପପୁ, ସିଲୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

nrusinghnath
Leave A Reply

Your email address will not be published.