csstore

କଣ୍ଟାବାଞ୍ଜିରେ ସୁଣ୍ଢି ସମାଜ ବୈଠକ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ଅଞ୍ଚଳ ପରିଷଦ ୱାଡ଼ ନମ୍ୱର ୧୪/ ଭାଗିରଥି ବେହେରାଙ୍କ ବାସଭବନ ପରିସରରେ ଗଜଭାଟିଆ (ସୁଣ୍ଢି) ସମାଜ ପକ୍ଷରୁ କଣ୍ଟାବାଞ୍ଜିରେ ଏକ ବୈଠକ କରାଯାଇଥିଲା । ଏହି ବୈଠକରେ ଲକ୍ଷ୍ୟ କର୍ଯ୍ୟକର୍ତ୍ତା ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇ ପରପ୍ପର ମଧ୍ୟରେ ସହାଯୋଗ ରହିବ ସେ ସଂପର୍କ ଆଲୋଚନା ହୋଇଥଲା । ଏହା ପରେ ସମାଜ କୁ ଗଠିତ କରି ଆଗେଇ ନେବା ପାଇଁ ଏକ କମିଟି ଗଠନ କରାଯାଉଥିଲା, କମିଟିର ସଭାପତି ଭାବେ ଭାଗିରଥି ବେହେରା ଓ କାର୍ଯ୍ୟକାରୀ ସଭାପତି ଭାବେ ସପ୍ତମ କିଶୋର ବେହେରା ସଂପାଦକ, ବୈଷ୍ଣବ ବେହେରା, କୋଷାଧ୍ୟକ୍ଷ ରାଜକୁମାର ବେହେରା ସହ ସମ୍ପତ୍ତି କ୍ରମେ ମନୋନୀତ କରାଯାଉଥିଲା ଏଥି ସହ ଉପଦେଷ୍ଟା ମଧୁସୂଦନ ବେହେରା, ରମା ବେହେରା, ମିନିକେତନ ବେହେରା, କୁଞ୍ଜମନି ବେହେରାଙ୍କୁ ମନୋନୀତ କରାଯାଉଥିଲା ଏହି ସଭା କାର୍ଯ୍ୟରେ ଦେବେନ୍ଦ୍ର ବେହେରା, ପ୍ରମୋଦ ବେହେରା, ପ୍ରତାପ ବେହେରା ବସନ୍ତ ବେହେରା , ଡ.ଦୀପକ ବେହେରା, ରାଜକିଶୋର ବେହେରା , ଆନନ୍ଦ ବେହେରା ଦୀପକ ସାହୁ ସମେତ ସମସ୍ତଙ୍କ ସପରିବାର ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.