csstore

ସମାଜ ମଙ୍ଗଳ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ୨୦୨୫ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ମିଶନ ଶକ୍ତି ଭବନରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ୨୦୨୫ ପାଳନ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପବିତ୍ର ବେହେରା, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ) ଡ. ସୁଧା ବାର୍ଲା, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ସୁଦେଶ କୁମାର ଚୌଧୁରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପତ୍ର ଏବଂ ୟୁନିସେଫ କନ୍ସତାଂଣ୍ଟ ପ୍ରିୟବ୍ରତ ଦାସ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ସୁଜାତା ଦୋରା, ମମତାର ଜିଲ୍ଲା ସଂଯୋଜକ ଶିବାନୀ ଠାକୁର, କାନ୍ତି ଲତା ସାହୁ, ସୁରବାଲା ଜେନା, ମୀରା ଦୀପ, ସ୍ୱର୍ଣ୍ଣପ୍ରଭା ଦାସ, ଶାଶ୍ୱତ ପାଣିଗ୍ରାହୀ, ଡୋଲାମଣି ବାଗ ପ୍ରମୁଖ ଉପସ୍ଥିତ ଥିଲେ । ସଭାରେ ସମସ୍ତ ବ୍ଲକର ସିଡିପିଓ, ସୁପରଭାଇଜର ,ବ୍ଲକ ସଂଯୋଜକ-ପୋଷଣ ଏବଂ ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ମୁଖ୍ୟ ଅତିଥିଙ୍କ ଦ୍ୱରା ପ୍ରଦୀପ ପ୍ରଜ୍ୱଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସକ୍ଷମ କେନ୍ଦ୍ର, ବାଲ୍ୟ ବିବାହରକୁ ପ୍ରଭାବ ଏବଂ ପୁଷ୍ଟି ପଞ୍ଚାୟତ ମାଧ୍ୟମରେ ପଞ୍ଚାୟତର ବିକାଶ ସମ୍ପର୍କରେ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀବେହେରା ପୋଷଣ ପକ୍ଷ ଅପପୃଷ୍ଟି ଦୂରୀକରଣ ନିମନ୍ତେ ମୁଖ୍ୟ କାର୍ଯ୍ୟକ୍ରମ, ଜନ୍ମରୁ ଛଅ ମାସ ଶିଶୁ ମଧ୍ୟରେ ପରିପୂରକ ଖାଦ୍ୟ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ ବୋଲି କହିଥଲେ । ପୋଷଣ ପକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଏବଂ ଏହାର ଗୁରୁତ୍ୱତୃଣମୂଳ ସ୍ତରରେ ଅଧିକ ଜରୁରୀ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ କୁ ଦେଓଗାଁ ସିଡିପିଓ ମିନାକ୍ଷୀ ମିଶ୍ର ପରିଚାଳନା କରିଥିଲେ । ସଭା ଶେଷରେ ପୋଷଣ କାର୍ଯ୍ୟକ୍ରମରେ ଉତ୍ତମ କାର୍ଯ୍ୟ ନିମନ୍ତେ ଶ୍ରେଷ୍ଠ ସିଡିପିଓ ରତ୍ନମାଣି ବରାଳ, ଶ୍ରେଷ୍ଠ ମହିଳା ପରିଦର୍ଶିକା ଶୁଶ୍ରୀ ମୌସୁମୀ ମାଈତି, ପୋଷଣ ବ୍ଲକ ସଂଯୋଜକ ମୁକୁନ୍ଦ ମୁରାରୀ ପଧାନ, କମ୍ପୁଟର ଆଶିଷ୍ଟାଣ୍ଟ ସୁଶୀଲ ନନ୍ଦ ଏବଂ ଅଙ୍ଗନୱାଡି କର୍ମୀ ସ୍ନିଗ୍ଧା ମୟୀ ନନ୍ଦଙ୍କୁ ପୁରସ୍କୃତ କରାଯାଇଥିଲା ।

jayashree
Leave A Reply

Your email address will not be published.