ଲାନ୍ଥନଦୀ ସେତୁକୁ ସରକାରଙ୍କ ଅଣଦେଖା : ଜନ ଅସନ୍ତୋଷ ବଢ଼ୁଛି

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଲୋକମାନଙ୍କ ସୁବିଧା ପାଇଁ ସରକାର ଅନେକ ଗୁଡ଼ିଏ ଯୋଜନା କରିଛନ୍ତି, କିନ୍ତୁ ସରକାରଙ୍କ ନଦୀ ସେତୁ ଯୋଜନା ଫେଲ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ସଇଁନ୍ତଲା ଓ ବାଦିପଡାକୁ ସଂଯୋଗ କରୁଥିବା ଲାନ୍ଥନଦୀ ସେତୁ ନିର୍ମାଣ ପାଇଁ ୧୨ କୋଟି ୯୪ ଲକ୍ଷ ବ୍ୟୟ ଅଟକଳ ସେତୁର ଶୁଭାରମ୍ଭ ୨୦୧୬ ମସିହାରେ ଓଡିଶା ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ । ୨୦୧୮ ମେ’ ମାସ ସୁଦ୍ଧା ଶେଷ ହେବ ବୋଲି ଧାର୍ୟ୍ୟ କରାଯାଇଥିଲା ସମୟ । କିନ୍ତୁ ଶୁଭାରମ୍ଭର ଚାରି ବର୍ଷ ବିତି ଯାଇଥିଲେ ସୁଦ୍ଧା ଅଧା ନିର୍ମାଣ ହୋଇ କଇଁଛ ଗତିରେ ଚାଲିଛି କାମ । ଫଳରେ ଲୋକେ ଡଙ୍ଗା ସାହାଯ୍ୟରେ ଯିବା ଆସିବା କରୁଛନ୍ତି । ଉକ୍ତ ନଦୀ ପାର ହୋଇ ସ୍କୁଲ, କଳଲଜ , ଡାକ୍ତରଖାନା ଏବଂ ଅନେକ କାମ ପାଇଁ ସଇଁନ୍ତଲାକୁ ନଦୀ ପାର ହୋଇ ଡଙ୍ଗା ସାହାଯ୍ୟରେ ଆସିଥାନ୍ତି ଲୋକେ । ତେବେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

ଗତବର୍ଷ ଉକ୍ତ କାର୍ଯ୍ୟକୁ ନେଇ ସଇଁନ୍ତଲା ଡ଼ାକବଙ୍ଗଳା ଠାରେ ରାସ୍ତା ଅବରୋଧ ମଧ୍ୟ କରାଯାଇଥିଲା । ଫଳରେ ପ୍ରଶାସନ ଆସି ବହୁ ଶୀଘ୍ର ସେତୁ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । କିନ୍ତୁ ତାହା କୈାଣସି ଫଳପ୍ରଦ ହୋଇପାରିଲା ନାହିଁ । ଏହି ସେତୁ ନିର୍ମାଣ ହେଲେ ଡୁଙ୍ଗୁରିପାଲି, ଆମପାଲି, ସଇଁନ୍ତଲା, ଘୁନସର, କଅଁସର ଓ ଡ଼ଙ୍ଗରପଡା ଅଞ୍ଚଳର ଗମନା ଗମନ ସୁବିଧା ପାଇପାରିବ । ତେବେ କେତେ ବର୍ଷ ଲାଗିବ ସେତୁ ନିର୍ମାଣ ବୋଲି ଏଠି ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

Leave A Reply

Your email address will not be published.