pakka

ସ୍ୱେଚ୍ଛାସେବୀ ସଂଗଠନ ବଡ଼କୁଞ୍ଜାରୀ ଦ୍ୱାରା ଶୀତବସ୍ତ୍ର ବଣ୍ଟନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଳପୁର ପଞ୍ଚାୟତ ବଡ଼କୁଞ୍ଜାରୀ ଗ୍ରାମର ସ୍ୱେଚ୍ଛାସେବୀ ସଦସ୍ୟମାନଙ୍କ ସୌଜନ୍ୟରେ ଆଜି ବଡ଼କୁଞ୍ଜାରୀ ଏବଂ ବଡ଼ମହୁଲପାଲି ଗ୍ରାମରେ ଅସହାୟ ବୃଦ୍ଧ, ବୃଦ୍ଧା, ବିଧବା ଏବଂ ଦିବ୍ୟାଙ୍ଗମାନଙ୍କୁ ଶୀତବସ୍ତ୍ର (କମ୍ବଳ) ବଣ୍ଟନ କରାଯାଇଛି । ସଂଗଠନର ସଦସ୍ୟ ହରେକୃଷ୍ଣ ପଟେଲ, ବିନୋଦ ଚୋଖି, ନରସିଂହ ନାୟକ, ରାଜିନ ପଟେଲ, ଗଣପତି ପଟେଲ, ବ୍ରହ୍ମାନନ୍ଦ ପୋଢ଼, ବିନୋଦ ପଟେଲ ଏବଂ ତୁଲାରାମ ପଟେଲ ଆର୍ଥିକ ସହଯୋଗ କରିଥିଲେ । ଏହିପରି ଅସହାୟ ଲୋକଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ସାହାର୍ଯ୍ୟ କରିବା ପାଇଁ ସଂଗଠନର ସଭାପତି ହରେକୃଷ୍ଣ ପଟେଲ ନିବେଦନ କରିଛନ୍ତି ।

jay balangir
Leave A Reply

Your email address will not be published.

one × three =