pr

ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଜନ୍ମଦିନ ଅବସରରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ନେତୃତ୍ୱରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ ହୋଇଯାଇଛି । ଏହି କ୍ରମରେ ସକାଳେ ସେକ୍ଟର-୧୫/୧୬ ନିକଟରେ ଥିବା ଇସ୍ପାତ ସ୍ଵୟଂ ଶାସିତ କଲେଜରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ଗତ ୨୫ବର୍ଷ ମଧ୍ୟରେ ନାନାଦି ପ୍ରକାରର ଘାତ ପ୍ରତିଘାତ ସହି ଦେଶ ସେବାରେ ନିଜକୁ ସମର୍ପିତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିନଚର୍ଯ୍ୟା ସମ୍ଵନ୍ଧରେ ସମ୍ୟକ ସ୍ମୃତିଚାରଣ କରି ନିଜ ସମାଜ ଏବଂ ନିଜ ଦେଶର ସେବାରେ ନିଜକୁ ସମର୍ପିତ କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଶ୍ରୀ ତନ୍ତୀ ପରାମର୍ଶ ଦେଇଥିଲେ । ସେହିପରି ଦିବା ୧୧ଟା ସମୟରେ ରାଉରକେଲା ସରକାରୀ ଡାକ୍ତରଖାନାରେ ପହଞ୍ଚି ବିଧାୟକ ଶ୍ରୀ ତନ୍ତୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ସାକ୍ଷାତ କରି ସେମାନଙ୍କୁ ଫଳ ବାଣ୍ଟିଥିଲେ । ସନ୍ଧ୍ୟାରେ ସେକ୍ଟର-୩ ଜଗନ୍ନାଥ ମନ୍ଦିର ପରିଷରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘାୟୁ ଏବଂ ଶୁଭକାମନା କରି ବିଧାୟକ ଶ୍ରୀ ତନ୍ତୀଙ୍କ ନେତୃତ୍ୱରେ ଦଳର କର୍ମକର୍ତ୍ତା ଏବଂ ଆଖପାଖ ଅଞ୍ଚଳର ଆବାଳବୃଦ୍ଧବନିତା ମାନେ ଏକତ୍ରିତ ହୋଇ ଆଶୀର୍ବାଦର ଦୀପ ଜଳାଇଥିଲେ । ଏଠାରେ ସୂଚନାଯୋଗ୍ୟ କି ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରୁ ଆସନ୍ତା ୧୭ ଅକ୍ଟୋବର ପର୍ଯ୍ୟନ୍ତ ପ୍ରାୟ ଏକମାସ ଧରି ସେବା ସଂକଳ୍ପ ଅଭିଯାନ ନାମରେ ବୃକ୍ଷରୋପଣ, ସ୍ୱାସ୍ଥ୍ୟ ସେବା/ଚିକିତ୍ସା ଶିବିର ସମେତ ଅନେକ କାର୍ଯ୍ୟକ୍ରମମାନ ଆୟୋଜନ କରିବା ପାଇଁ ଦଳୀୟ ସ୍ତରରେ ନିଷ୍ପତ୍ତି ହୋଇଛି ।

nrusinghnath
Leave A Reply

Your email address will not be published.