
ରାଉରକେଲା, (କେପିଏନ୍ଏସ୍) : ରାଉରକେଲା ସ୍ଥିତ ସେକ୍ଟର -୧ ଠାରେ ପ୍ରତିଭା କଳା କେନ୍ଦ୍ର ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଥିଲା । ଏହି ସଂସ୍ଥା ୨୦୦୪ ମସିହାରୁ ଆରମ୍ଭ ହୋଇ, ଅନେକ ଝଡଝଞ୍ଜାର ସମ୍ମୁଖୀନ ହୋଇ, ଅନୁଷ୍ଠାନଟି ୫୦ରୁ ଅଧିକ ଶିକ୍ଷାର୍ଥୀଙ୍କୁ ନେଇ, ପ୍ରତ୍ୟେକ ବର୍ଷ ଭଳି, ଏ ବର୍ଷ ମଧ୍ୟ ଚଳିତମାସ ଜୁନ ୧୦, ୧୧, ୧୨ ତାରିଖ, ତିନି ଦିନ ଧରି ରାଉରକେଲାର ସେକ୍ଟର -୫ ସ୍ଥିତ ଭଞ୍ଜଭବନ ଠାରେ ବିଭିନ୍ନ ପ୍ରତିଯୋଗିତା ସହିତ ବାର୍ଷିକ ଉତ୍ସବ ପାଳନ କରାଯିବ । ଏହି ଅବସରରେ କ୍ଲାସିକାଲ, ଭଜନ, ମଡର଼୍ନ୍ ନୃତ୍ୟ, ଗୃପ ନୃତ୍ୟ, ଚିତ୍ରାଙ୍କନ ପ୍ରତିଯୋଗିତା, ଦୁଏଟ ଡ୍ୟାନ୍ସ ସହିତ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଡ୍ୟାନ୍ସର କାର୍ଯ୍ୟକ୍ରମ ସଂସ୍ଥା ତରଫରୁ ରଖାଯାଇଛି । ଏହି ପ୍ରତିଯୋଗିତାକୁ ବିଚାରକ ଭାବେ ଭୁବନେଶ୍ୱରରୁ ରିଙ୍କୁ ସାହୁ, ଦୁଷ୍ମନ୍ତ ସ୍ୱାଇଁ ଓ କଲିକତାରୁ ରୋଶନ ଯାଦବ, ମୋନିକା ପାଲ ପ୍ରମୁଖ ଯୋଗ ଦେବେ ବୋଲି ସଂସ୍ଥାର କୋରିଅ ଗ୍ରାଫର ନର୍ମଦା ନାୟକ ସୂଚନା ପ୍ରଦାନ କରିବା ସହ ସଭାପତି ମହେଶ୍ୱର ନାୟକ, ସୋନୁ ନାୟକ, ଦିନେଶ ନନ୍ଦ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।