jayashree

ମା’ ରାମାୟାଣାମ୍ମା ଦେବୀଙ୍କ ଶେଷ ବିଦାୟୀ ରଜନୀରେ ଅନେକଙ୍କ ନୟନରେ ଭରି ଯାଇଥିଲା ଅଶ୍ରୁ, ଶ୍ରଦ୍ଧା ଓ ଭକ୍ତି ଭାବାବେଗର ଦୃଶ୍ୟ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ପାରମ୍ପରିକ ଛତ୍ରପୁର ଠାକୁରାଣୀ ଯାତ୍ରାର ଶେଷ ବିଦାୟୀ ରଜନୀରେ ଅନେକଙ୍କ ଅଶ୍ରୁଳ ନୟନରେ ଭରିଥିଲା, ମା’ ରାମାୟାଣାମ୍ମା ଦେବୀଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ଭାବାବେଗର ଦୃଶ୍ୟ ଏକ ନିଆରା ଅନୁଭୂତି । ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ପାରମ୍ପରିକ ଯାତ୍ରା ଏକ ଐତିହାସିକ ଓ ନିଆରା ଧର୍ମ ଅଟେ । ଏହି ଯାତ୍ରା ଏକମାସ ବ୍ୟାପି ପରିଚାଳିତ ହୋଇ ଆସିଥିବା ବେଳେ ଦେବୀଙ୍କ ଅସ୍ଥାୟୀ ଆଡ଼ପ ମଣ୍ଡପରେ ଶୁକ୍ରବାର ଦିନ ସନ୍ଧ୍ୟାରେ ଶେଷ ନୀତିକ୍ରାନ୍ତି, ଶେଷ ପୂଜାର୍ଚ୍ଚନା, ଭକ୍ତି ଭାବାବେଗରେ ଲକ୍ଷାଧିକ ଭକ୍ତ ମାଆ ସାଆନ୍ତାଣୀଙ୍କ ଶେଷ ଦର୍ଶନ କରିଛନ୍ତି । ଦେବୀଙ୍କ ମଧ୍ୟ ରାତ୍ରିରେ ବିଦାୟ ରଜନୀ ଦେଖି ଅଶ୍ରୁଳ ବିଦାୟ ସହ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ବାସ୍ତବିକ କର୍ତ୍ତା, ସେବାୟତ ନିଯୋଗ, କର୍ମକର୍ତ୍ତା, ଗାଁ ବଧୂ, ଗାଁ ମହିଳା, ପୁରୁଷ ତଥା ଅଗଣିତ ଭକ୍ତ ଦେବୀଙ୍କ ମଧ୍ୟରାତ୍ରିରେ ବିଦାୟ ରଜନୀ ଦେଖି ଅଶ୍ରୁଳ ବିଦାୟ ସହ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଅସ୍ଥାୟୀ ଆଡ଼ପ ମଣ୍ଡପରେ ପ୍ରଚଳିତ ପ୍ରଥା ଅନୁସାରେ ନଅଟି ହାଣ୍ଡି ଘଟ ସ୍ୱରୂପ ପୂଜା ପାଇଥାଏ । ଯାହାକି ନବଦୁର୍ଗା ଭାବେ ପୂଜିତ ଦେବୀଙ୍କ ଘଟଯାତ୍ରା ବର୍ଣ୍ଣାଢ଼୍ୟ ପଟୁଆରରେ ଦୈନିକ ସନ୍ଧ୍ୟାରେ ନଗର ପରିଭ୍ରମଣରେ ବାହାରିଥାଏ । ତାହାର ପରିସମାପ୍ତି ଘଟିଛି । ନବଗ୍ରହଙ୍କ ଇଷ୍ଟଦେବୀ ଭାବେ ନାମିତ ହୋଇ ନଅଟି ହାଣ୍ଡି ଅବା ଘଟ କଳସ, ଯଥା:- ମାତଙ୍ଗୀ, ଭୁବନେଶ୍ୱରୀ, ବଗଳାମୁଖୀ, ତ୍ରିପୁରସୁନ୍ଦରୀ, ତରାଦେବୀ, କମଳା, ମହାକାଳୀ, ଚ୍ଛିନ୍ନମସ୍ତା, ଧୂମାବତୀ ଆଦି ରୂପରେ ତନ୍ତ୍ରଶାସ୍ତ୍ର ମତରେ ଅସ୍ଥାୟୀ ମଣ୍ଡପରେ ଦଶମହାବିଦ୍ୟା ସ୍ୱରୂପ ପୂଜାର୍ଚ୍ଚନା ହୋଇଆସୁଥିଲା । ସେହି ସମସ୍ତ ବିଧି ବ୍ୟବସ୍ଥା ପରିସମାପ୍ତି ଘଟିଛି । ଶୁକ୍ରବାର ସନ୍ଧ୍ୟାରେ ମାଆ ସାଆନ୍ତାଣୀଙ୍କ ବିଦାୟ ରଜନୀ ଅନୁଷ୍ଠିତ ହୋଇଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ଗୋଟିଏ ବର୍ଷ ବ୍ରହ୍ମପୁରରେ ତ ଅନ୍ୟବର୍ଷଟି ଛତ୍ରପୁରରେ ଏହି ଠାକୁରାଣୀ ଯାତ୍ରା ପାଳିତ ହୋଇଥାଏ । ଦକ୍ଷିଣାଞ୍ଚଳର ପ୍ରାଣକେନ୍ଦ୍ର ବ୍ରହ୍ମପୁର ମହାନଗରରେ ଗୋଟିଏ ବର୍ଷ ଅନ୍ୟବର୍ଷଟି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଠାକୁରାଣୀ ଯାତ୍ରା ପାଳିତ ହୋଇଥାଏ । ପ୍ରଚଳିତ ଠାକୁରାଣୀଯାତ୍ରା ସମ୍ଭାର ଲାଗି ଏହି ଦୁଇ ସହର ମଧ୍ୟରେ ରାଜନୈତିକ, ସାମାଜିକ, ବାଣିଜ୍ୟିକ, ସାଂସ୍କୃତିକ, ଶିକ୍ଷା, ଗମନାଗମନ ଓ ପ୍ରଶାସନିକ ବାତାବରଣରେ ସମ୍ପର୍କକୁ ମଜବୁତ୍ କରିଥାଏ ।

Leave A Reply

Your email address will not be published.