ଏଟିଏମ୍‌ କାର୍ଡ ମେସିନ୍‌ରେ ଲାଗିନି, କିନ୍ତୁ ଆକାଉଣ୍ଟରୁ ଉଠୁଛି ଟଙ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଟିଏମ୍‌ କାର୍ଡ ମେସିନ୍‌ରେ ଲାଗିନି । କିନ୍ତୁ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠୁଛି । କଥାଟା ଆପଣଙ୍କୁ ଅଡୁଆ ଲାଗୁଥାଇପାରେ । କିନ୍ତୁ ଏଭଳି ଘଟଣା ଘଟିଛି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଥିବା ଏଟିଏମ୍‌ ମେସିନରୁ । ଆକାଉଣ୍ଟରୁ ଟଙ୍କା କଟୁଥିବା ନେଇ ମୋବାଇଲକୁ ବାରମ୍ବାର ମେସେଜ୍‌ ଆସୁଛି । ଗତ ଏକମାସ ମଧ୍ୟରେ ଏହି ଏଟିଏମ୍‌ରୁ ଟଙ୍କା ଉଠାଣ ହୋଇଥିବା ମେସେଜ୍‌ ଆସି ତାଙ୍କ ଆକାଉଣ୍ଟରୁ ପ୍ରାୟ ୯୫ ହଜାର ଟଙ୍କା ଉଠିଛିି । ଏନେଇ ମହିଳା ଜଣକ ଟାଉନ୍‌ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଅଞ୍ଜନା ଗତ ଦେଢମାସ ତଳେ ଭୀମଭୋଇ ମେଡିକାଲକୁ ଯାଇ ସେଠାରେ ଥିବା ଏଟିଏମ୍‌ରୁ କିଛି ଟଙ୍କା ଉଠାଇଥିଲେ । ଏହାର କିଛି ସପ୍ତାହ ପରେ ଅର୍ଥାତ ଗତ ନଭେମ୍ବର ମାସ ୬ ତାରିଖରୁ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବା ଆରମ୍ଭ ହେଲା ପ୍ରତି ଦୁଇତିନି ଦିନରେ ଥରେ ଏଟିଏମ୍‌ରୁ ଟଙ୍କା ଉଠୁଥିବା ତାଙ୍କର ମୋବାଇଲକୁ ମେସେଜ ଆସୁଥିଲା । ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଟ୍ରାନ୍‌ଜକ୍ସନ୍‌ ତଥ୍ୟ ମାଗିବାରୁ ନଭେମ୍ବର ୬ ତାରିଖରୁ ଅଦ୍ୟାବଧି ତାଙ୍କର ଏଟିଏମ୍‌ କାର୍ଡ ୯ ଥର ବ୍ୟବହାର ହୋଇଥିବା କହିଥିଲେ । ଯେଉଁଥିରେ ୮ ଥର ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଲାଗିଥିବା ଏଟିଏମ୍‌ରୁ ଉଠାଣ ହୋଇଥିବା ବେଳେ ଆଉ ଥରେ ଚନ୍ଦନଭାଟିରୁ ଉଠାଣ ହୋଇଛି ବୋଲି ଜଣାପଡିଛି ।

Leave A Reply

Your email address will not be published.