jsm

ମ୍ୟୁଜିକ୍‌ ଥେରାପିର ମାସିକ ସଂଗୀତ ଆସର

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସଂଗୀତ ଅନୁଷ୍ଠାନ ମ୍ୟୁଜିକ୍‌ ଥେରାପିର ମାସିକିଆ ସଂଗୀତ ଆସର ହୋଟେଲ ସୋଲାସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆସରରେ ସେସଖିନ ଗାୟକ ମନୋରଞ୍ଜନ ଦାଶ, ଅଜୟ ଖଟୁଆ, ସ୍ମିତା ମିଶ୍ର, ଲୀନା ସେନାପତି, ଶର୍ମିଲା ରାଜଗୁରୁ, ଅନିତା ମହାନ୍ତି, ମିନର୍ଭା ମିଶ୍ର, ଚନ୍ଦ୍ରିକା, ଶକୁନ୍ତଳା ଖଟୁଆ, ଭେଙ୍କଟ ରାଓ, ବିଭୁଦତ୍ତ ରଥ, ସୁମନ୍ତ ମହାପାତ୍ର, ବିଜୟଲକ୍ଷ୍ମୀ ହରିଚନ୍ଦନ, ଝୁନୁ ନାୟକ, ଅନିଲ ବାୱରା, ଏମ୍ ମାଲେଶ୍ୱରମ୍, ଶୈଳେନ୍ଦ୍ର ମହାନ୍ତି, ଶ୍ୟାମଲାଲ ଗୁପ୍ତା ପ୍ରମୁଖ ସଂଗୀତ ପରିବେଷଣ କରିଥିବା ବେଳେ ବାଦ୍ୟଯନ୍ତ୍ରରେ ସରୋଜ ପଣ୍ଡା, ରଜନୀଶ ସିଂ, ତୀର୍ଥ ଲୋହାର, ଟୁନା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ସ୍ମିତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟି ପୁଷ୍ପା ଲେଙ୍କା, ରାଜୀବ ସିଂ, ଚନ୍ଦ୍ରଶେଖର ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.