jayashree

ଅସହାୟ ମହିଳାଙ୍କୁ ଉଦ୍ଧାର କରି ନିଜସ୍ୱ ଆମ୍ବୁଲାନ୍ସରେ ଗାଁକୁ ପଠାଇଲେ ପୂର୍ବ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେର

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ତୁରେକେଲା ଗାଁର ଏକ ପୋଖରୀ ହିଡ଼ରେ ଦୀର୍ଘ ସମୟ ଧରି ଅସହାୟ ଅବସ୍ଥାରେ ମହିଳା ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ତାଙ୍କୁ ଉଦ୍ଧାର କରି ନିଜସ୍ୱ ଆମ୍ବୁଲାନ୍ସରେ ଗାଁକୁ ପଠାଇଛନ୍ତି ବଙ୍ଗୋମୁଣ୍ଡା ବ୍ଲକର ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେର । ଅସହାୟ ମହିଳା ହେଉଛନ୍ତି ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ବାଦୀ ପଞ୍ଚାୟତର ପୋଡ଼ପରା ଗାଁର ସବିତା ଭୋଇ ବୟସ ପାଖାପାଖି ୭୦ ବର୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ସେ ତୁରେକେଲା ଗ୍ରାମର ଏକ ପୋଖରୀ ହିଡ଼ରେ ପଡ଼ି ରହିଥିଲା । ତାଙ୍କୁ ଉଦ୍ଧାର କରି ତାଙ୍କ ଗାଁକୁ ନିଜସ୍ୱ ଆମ୍ବୁଲାନ୍ସ ଯୋଗେ ପଠାଇ ଦିଆଯାଇଥିବା ନେଇ ଜଣାପଡିଛି । ଅସହାୟ ମହିଳା ଗାଁରେ ପହଂଚି ଥିବାରୁ ପରିବାର ଲୋକେ ଖୁସିବ୍ୟକ୍ତ କରିଛନ୍ତି । ଶ୍ରୀ ମେହେରଙ୍କ ଏହି ଭଳି ମହତ କାର୍ଯ୍ୟ କରିଥିବାରୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.