jayashree

କଣ୍ଟାବାଞ୍ଜି ତହସିଲ କାର୍ଯ୍ୟାଳୟରେ ଅନିୟମିତତା ଅଭିଯୋଗ : ଓକିଲଙ୍କ ଧାରଣାରେ ଉତ୍ତେଜନା

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ତହସିଲ କାର୍ଯ୍ୟାଳୟରେ ଅନିୟମିତତାକୁ ନେଇ ଓକିଲମାନଙ୍କ ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା ସମୟରେ ଉତ୍ତେଜନା ପ୍ରକାଶ ପାଇଛି । ଧାରଣାସ୍ଥଳକୁ ଟିଟିଲାଗଡ଼ ଉପଜିଲ୍ଲାପାଳ ଆସିଥିବା ବେଳେ ଆନ୍ଦୋଳନରତ ଓକିଲମାନେ ତାଙ୍କୁ ବିରୋଧ କରିଥିଲେ । ଓକିଲମାନେ “ସବ୍-କଲେକ୍ଟର ଗୋ ବ୍ୟାକ୍” ନାରା ଦେଇ ଉପଜିଲ୍ଲାପାଳଙ୍କ ବିରୋଧ କରିଥିଲେ । ଫଳରେ ଉପଜିଲ୍ଲାପାଳଙ୍କୁ ଧାରଣାସ୍ଥଳରୁ ଫେରିଯିବାକୁ ପଡ଼ିଥିବା ଜଣାପଡ଼ିଛି । ତହସିଲ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟକୁ ନେଇ ଅନିୟମିତତା ହେଉଥିବା ଅଭିଯୋଗ କରି ଓକିଲମାନେ ଏହି ଧାରଣା ଦେଇଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀ ଓକିଲମାନେ କହିଛନ୍ତି ।

Leave A Reply

Your email address will not be published.