jayashree

ଗୋପୀନାଥ ଦଣ୍ଡସେନା ପାଇଲେ ଗଙ୍ଗାଧର ଶିଶୁ ସାହିତ୍ୟ ସମ୍ମାନ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଗଙ୍ଗାଧର ଶିଶୁ ସାହିତ୍ୟ ସଂସଦ, ବରଗଡ଼ ତରଫରୁ ଆୟୋଜିତ ଗଙ୍ଗାଧର ଜୟନ୍ତୀ ଓ ସଂସଦର ଚତୁର୍ଥ ସ୍ଵନକ୍ଷତ୍ର ସମାରୋହ ବରଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ମଧ୍ୟରେ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର, ବଘଲା, ଚନ୍ଦନଭାଟିର ଶିଶୁ ସାହିତ୍ୟିକ ଗୋପୀନାଥ ଦଣ୍ଡସେନାଙ୍କୁ ଚଳିତ ବର୍ଷର ମର୍ଯ୍ୟାଦା ଜନକ ‘ଗଙ୍ଗାଧର ଶିଶୁ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ସୁରେଶ ଚନ୍ଦ୍ର ସାହୁ, ମୁଖ୍ୟବକ୍ତା ଭାବେ ଟ୍ରଷ୍ଟ ଫଣ୍ଡ କଲେଜର ଅଧ୍ୟକ୍ଷ ଡକ୍ଟର ସରୋଜ କୁମାର ଦେବତା, ସମ୍ମାନିତ ଅତିଥି ଭାବେ ଶିକ୍ଷକ ଗୌରୀଶଙ୍କର ପଣ୍ଡା ଓ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇ ତାଙ୍କୁ ମାନପତ୍ର, ଉପଢୌକନ ସହ ସ୍ମୃତି ଫଳକ ପ୍ରଦାନ କରି ସମ୍ମାନିତ କରିଥିଲେ । ଅଧ୍ୟାପକ ଗୋପାଳକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଓ ସଂସଦର ଆବାହକ ଡକ୍ଟର ରବିନାରାୟଣ ସାହୁଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ସମାବେଶରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ସମସ୍ତ ଗୁରୁଜୀ ଗୁରୁମା ଯୋଗଦାନ କରିଥିଲେ ।

Leave A Reply

Your email address will not be published.