om academy

ନାବାଳିକାକୁ ସୁରଟରୁ ଅପହରଣ ଘଟଣା : ଉଦ୍ଧାର ପାଇଁ ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାରବର୍ଗ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅଧୀନସ୍ଥ ଯାମୁନି ଗ୍ରାମରୁ ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଇଜଣ ଦଲାଲ ସୁରଟକୁ ଅପହରଣ କରି ନେଇଯାଇଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଜଣାଯାଇଛି ଯେ, ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଋଷିପୁର ଗ୍ରାମର ଜଣେ ଦଲାଲ୍ କୁନା ବେହେରା (୨୫) ସେ ତାଙ୍କ ମାଆ ନର୍ମଦା ବେହେରାଙ୍କ ସହଯୋଗରେ କବି ସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ମହୁରୀ ଗ୍ରାମର କୀର୍ତ୍ତନ ମହାରଣାଙ୍କ ନାବାଳିକା କନ୍ୟା ପ୍ରତିମା ମହାରଣା (୧୬)ଙ୍କୁ କୌଣସି ମାତ୍ରାରେ ଭୂଆଁ ବୁଲାଇ ସୁରଟ ମହାନଗରକୁ ଅପହରଣ କରି ନେଇଯାଇଛନ୍ତି । ଝିଅ ପ୍ରତିମା ଗତ ୧୬ ମେ’ ୨୦୨୪ରେ ନିଖୋଜ ଥିବା ସମ୍ପର୍କରେ ପୁରୁଷୋତ୍ତମପୁର ଥାନାରେ ଏତଲା ଦିଆଯାଇଥିଲେ ହେଁ ଥାନା କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି କୁହାଯାଇଛି । ଝିଅ ଘର ସମ୍ପର୍କୀୟ ଯାମୁନି ଗ୍ରାମରୁ ପ୍ରତିମାଙ୍କୁ ଉଠାଇ ନେଇଯାଇଥିବା ଅଭିଯୋଗ ହୋଇଛି । ଏହା ପୂର୍ବରୁ କୁନା ବେହେରା ପ୍ରତିମାଙ୍କୁ ୨୦୨୨ ମସିହାରେ ଅପହରଣ କରି ନେଇଥିଲେ । ସେ ସମ୍ପର୍କରେ କବି ସୂର୍ଯ୍ୟନଗର ଥାନାରେ ଏତଲା ହୋଇଥିଲା ଏବଂ କୁନାଙ୍କୁ ଜେଲ୍ ହୋଇଥିଲା । ପୁଣି କୁନା ବେହେରା ପ୍ରତିମାଙ୍କୁ ଦ୍ୱିତୀୟ ଥର ଅପହରଣ କରି ନେଇଯାଇଥିବା ନେଇ ଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କ ଠାରେ ଝିଅ ଘର ପକ୍ଷରୁ ଅଭିଯୋଗ କରାଯାଇଛି । ଝିଅର ଜୀବନ ପ୍ରତି ବିପଦ ଥିବା କଥା ପ୍ରତିମାଙ୍କ ବାପା କୀର୍ତ୍ତନ ମହାରଣା କହିଛନ୍ତି । ସୂଚନା ଥାଉକି, ପ୍ରତିମାଙ୍କୁ ଏଭଳି ବହୁବାର ହଇରାଣ କରିଆସିଥିବା ବେଳେ ଝିଅର ଜୀବନ ବରବାଦ୍ ହୋଇଯାଇଛି । ଝିଅର ପାଠପଢ଼ା ନଷ୍ଟ ହୋଇଯାଇଛି ବୋଲି ଗଞ୍ଜାମ ଏସ୍‌ପିଙ୍କ ଠାରେ ଝିଅର ପିତାମାତା ଅଭିଯୋଗ କରିଛନ୍ତି । ଝିଅଘର ପରିବାର ପ୍ରତି ବିପଦ ରହିଛି ବୋଲି କହି ତାଙ୍କ ଝିଅଙ୍କୁ ଖୁବ୍ ଶୀଘ୍ର ଉଦ୍ଧାର କରିବାକୁ ଗଞ୍ଜାମ ଏସ୍‌ପି ଠାରେ ଅନୁରୋଧ କରିଛନ୍ତି ପରିବାର ଲୋକେ ।

Leave A Reply

Your email address will not be published.