jayashree

√ ହୀରାଧର କୁମ୍ଭାରଙ୍କ ସ୍ମୃତିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ କୁତମୁଣ୍ଡା ଗ୍ରାମର ମୁହୁରୀ କଳାପରିଷଦ ଅନୁଷ୍ଠାନର ପ୍ରତିଷ୍ଠାତା √ ହୀରାଧର କୁମ୍ଭାରଙ୍କ ସ୍ମୃତିରେ ବୃକ୍ଷରୋପଣ କରାଯାଇଛି । √ କୁମ୍ଭାର ପ୍ରତି ବର୍ଷ ବୃକ୍ଷରୋପଣ କରି କହୁଥିଲେ କି “ଶିଶୁଟିଏ ପାଇଁ ଗଛଟିଏ” ଏବଂ ଏକ ସବୁଜ ସୁନ୍ଦର ପ୍ରାକୃତିକ ପରିବେଶ ସୃଷ୍ଟି କରିବା ପାଇଁ ଶ୍ରୀ କୁମ୍ଭାରଙ୍କର ପଡ଼ିଆ ଜମିରେ ବିଭିନ୍ନ ପ୍ରକାରର ଗଛ ଲାଗିଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ତଥା ସ୍ୱେଚ୍ଛାସେବୀ ଭେଲାରାମ କୁମ୍ଭାର, କୈବଲ୍ୟ କୁମ୍ଭାର, ଚୁଢାମଣୀ କୁମ୍ଭାର, ସୋନାଲି କୁମ୍ଭାର, ସରିତା କୁମ୍ଭାର, ଶିବା କୁମ୍ଭାର, ଅମିତ କୁମ୍ଭାର ସମସ୍ତ କର୍ମକର୍ତ୍ତା ଶିଶୁ ପାଇଁ ଗଛଟିଏ ଲଗାଇଥିଲେ ।

Leave A Reply

Your email address will not be published.